www.samajalive.in
Monday, December 15, 2025
16.1 C
Bhubaneswar

୩୦ରୁ ୬ଜିଲାରେ ପ୍ରଚଣ୍ଡ ଜାଡ଼ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲାରେ ଶୀତଲହରୀ ଜାରି ରହିଛି। ୭ଟି ସ୍ଥାନରେ ପାରଦ ୧୦ ଡ଼ିଗ୍ରୀ ତଳେ ଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ ୫.୫ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। କ୍ରମାଗତ ଭାବେ ଗତ ସପ୍ତାହରୁ ଅଧିକ କାଳ ଧରି ଫୁଲବାଣୀର ପାରଦ ୪ରୁ ୬ଡ଼ିଗ୍ରୀ ମଧ୍ୟରେ ରହୁଥିବାବେଳେ ସେଠାରେ ହାଡ଼ଥରା ଜାଡ଼ ସହିତ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଅନୁଗୋଳ, ବାରିପଦା, ଝାରସୁଗୁଡ଼ା, ଭବାନିପାଟଣା, କୋରାପୁଟ, ଦାରିଙ୍ଗବାଡ଼ି ଆଦି ସ୍ଥାନରେ ପାରଦ ୧୦ଡ଼ିଗ୍ରୀ ତଳେ ରହିଛି। ରାଜ୍ୟର ୨୮ଟି ପାଣିପାଗ ଷ୍ଟେସନ ମଧ୍ୟରୁ ୨୬ଟି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୫ଡ଼ିଗ୍ରୀ ତଳେ ରହିଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ା, ଅନୁଗୋଳ,ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ ଆଦି ଜିଲାରେ ଅାସନ୍ତା ୩୦ରୁ ୨ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଲାଗିରହିବ। ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହିତ ୩୧ ତାରିଖ ପରେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସତର୍କ ସୂଚନା ଦିଆଯାଇଛି। ପ୍ରଚଣ୍ଡ ଶୀତଲହରୀ ଲାଗିରହିଥିବା ଜିଲାଗୁଡ଼ିକରେ ବାସଗୃହ ନଥିବା ଲୋକମାନଙ୍କୁ ନିରାପଦ ଆଶ୍ରୟସ୍ଥଳ ବି​‌େ​ଶଷ କରି ରାତ୍ରି ଆଶ୍ରୟ ସ୍ଥଳ, ବିଦ୍ୟାଳୟ କୋଠା, କମ୍ୟୁନିଟି ବିଲ୍ଡ଼ିଂକୁ ସ୍ଥାନାନ୍ତର ପାଇଁ ଜିଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦେଶ ଦେଇଛନ୍ତି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନଥ ପଶୁପାଳକ କହିଛନ୍ତି ଯେ ଅାସନ୍ତାକାଲିଠାରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ତେଣୁ ଆସନ୍ତା ନୂଆବର୍ଷରୁ ଥଣ୍ଡା ଜାରି ରହିବ। ୨ତାରିଖଠାରୁ ତାପମାତ୍ରା ବୃଦ୍ଧି ସହିତ ଥଣ୍ଡା କମିବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ଗୁରୁଚାପ ବଳୟ ଉତ୍ତର ଛତିଶଗଡ଼ ଓ ଦକ୍ଷିଣ ଝାଡ଼ଖଣ୍ଡ ଉପରେ ରହିବ। ଏହା ଉତ୍ତରରୁ ଥଣ୍ଡା ପବନ ପ୍ରବାହକୁ ପ୍ରତିହତ କରିବାର ସମ୍ଭାବନା ଥିବାରୁ ୨ତାରିଖରୁ ୩ତାରିଖ ଭିତରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ଡ଼ିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ଭୁବନେଶ୍ବର ଓ କଟକରେ ପାରଦ ଯଥାକ୍ରମେ ୧୨ ଓ ୧୩.୨ଡ଼ିଗ୍ରୀ ଥିବାବେଳେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories