www.samajalive.in
Sunday, December 7, 2025
14.1 C
Bhubaneswar

ଆଜିଠୁ କମିପାରେ ଶୀତ

ଭୁବନେଶ୍ବର : ସପ୍ତାହେ ଧରି ରାଜ୍ୟରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି। ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହିତ ଶୀତର ପ୍ରକୋପ ହ୍ରାସ ପାଇବାର ସମ୍ଭାବନା ରହିଛି। ରାଜ୍ୟକୁ ଉତ୍ତର ଭାରତରୁ କ୍ରମାଗତ ଭାବେ ଥଣ୍ଡା ପବନ ବହୁ ଥିବାରୁ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୪ରୁ ୫ ଡିଗ୍ରୀ ହ୍ରାସ ପାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସବୁଠୁ କମ୍‌ ତାପମାତ୍ରା ଫୁଲବାଣୀରେ ୪.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ରାଜ୍ୟର ୧୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ଅନୁଗୋଳ, ଦାରିଙ୍ଗବାଡି, ଭବାନୀପାଟଣା କୋରାପୁଟ, ଝାରସୁଗୁଡା, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ, କେନ୍ଦୁଝର ଏବଂ ସୋନପୁରରେ ପାରଦ ୧୦ ଡିଗ୍ରୀ ତଳେ ରହିଛି।
ଆଜିଠାରୁ ଶୀତ କମିବାର ସମ୍ଭାବନା ଥିବାରୁ କୌଣସି ଜିଲାକୁ ସତର୍କ ସୂଚନା ଦିଆଯାଇ ନାହିଁ। ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଫଳରେ ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ଶୀତ ଅନୁଭୂତ ହେବ। କଟକରେ ସର୍ବନିମ୍ନ ତାପମାତ୍ରା ୧୨ ଏବଂ ଭୁବନେଶ୍ବରରେ ୧୩.୮ ଡିଗ୍ରୀ ସେଲସିୟସ୍‌ ରହିଛି। ଆସନ୍ତାକାଲି ସକାଳ ସମୟରେ ଭୁବନେଶ୍ବର ସମେତ କଟକର ପଶ୍ଚିମ ଭାଗର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ସମ୍ଭାବନା ରହିଥିବା ବିଭାଗ ପୂର୍ବାନୁମାନ କରିଛି ବିଭାଗ।
ସପ୍ତାହ ମଧ୍ୟରେ ତାପମାତ୍ରା ୫ ଡିଗ୍ରୀ ପର୍ୟ୍ୟନ୍ତ କମିଥିବାରୁ ଏହାକୁ ଶୀତ ଲହରୀର ପ୍ରଥମ ସୋପାନ କୁହାଯାଉଛି। ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ହ୍ରାସ ପାଇବା ଯୋଗୁଁ ଫୁଲବାଣୀ ସହରରେ କ୍ରମାଗତ ଭାବେ ଡିସେମ୍ବର ୨୧ରୁ ୨୩ ପର୍ୟ୍ୟନ୍ତ ପାରଦ ୪ ଡିଗ୍ରୀକୁ ଖସି ଆସିଥିଲା। ବିଗତ ବର୍ଷଗୁଡିକର ତଥ୍ୟକୁ ଦେଖିଲେ ୨୦୧୯ ଜାନୁଆରୀ ୧ ଓ ୨ରେ ଫୁଲବାଣୀର ତାପମାତ୍ରା ୪.୫ ଏବଂ ଜାନୁଆରୀ ୧ ଓ ୩୦ରେ ଦାରିଙ୍ଗବାଡିରେ ୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ୨୦୧୮ ଜାନୁଆରୀ ୧୮, ୧୯ ଓ ୩୧ରେ ଫୁଲବାଣୀରେ ୩ ଏବଂ ଜାନୁଆରୀ ୬, ୭ ଓ ୯ରେ ଦାରିଙ୍ଗବାଡିରେ ୨.୮ ଡିଗ୍ରୀ ରହିଥିଲା। ୨୦୧୭ ଡିସେମ୍ବର ୨୭ରେ ଫୁଲବାଣୀରେ ୪ ଏବଂ ୨୭ ଓ ୨୯ରେ ଦାରିଙ୍ଗବାଡିରେ ୩.୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ୨୦୧୬ ଜାନୁଆରୀ ୨୪ରେ ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ୨ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଥିଲା। ୨୦୧୫ ଜାନୁଆରୀ ୨୭ରେ ଫୁଲବାଣୀରେ ୨ ଏବଂ ୨୮ ଡିସେମ୍ବର ଦାରିଙ୍ଗବାଡିରେ ୨.୫ ଡିଗ୍ରୀ ସେଲସିୟସ୍‌ ପାରଦ ରେକର୍ଡ କରାଯାଇଥିବା ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories