ନୂଆଦିଲ୍ଲୀ : ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଯୁଦ୍ଧକାଳୀନ ବୀରତ୍ୱ ପୁରସ୍କାର ବା ‘ବୀର ଚକ୍ର’ରେ ସମ୍ମାନିତ କରିବା ପାଇଁ ବାୟୁସେନା ସୁପାରିସ କରିଛି। ଯୁଦ୍ଧ ସମୟରେ ଯବାନଙ୍କ ବୀରତ୍ୱ ପାଇଁ ପରମ ବୀର ଚକ୍ର ଓ ମହାବୀର ଚକ୍ର ପରେ ବୀର ଚକ୍ର ସର୍ବୋଚ୍ଚ ସମ୍ମାନ ରହିଛି।

ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୬ ତାରିଖରେ ଭାରତର ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ପ୍ରତି ଆକ୍ରମଣ କରିଥିଲା। ପାକିସ୍ତାନର ଲଢୁଆ ବିମାନ ଏଫ୍-୧୬କୁ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଆକ୍ରମଣ କରି ତଳକୁ ଖସାଇଥିଲେ। ପରେ ଅଭିନନ୍ଦନ ପାକିସ୍ତାନ ଅଧିକୃତ କାଶ୍ମୀରରେ ଫସି ଯାଇଥିଲେ। ଗୋଟିଏ ଦିନ ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ଫେରାଇ ଦେଇଥିଲା।
କିଛିଦିନର ବିଶ୍ରାମ ପରେ ସୁରକ୍ଷା ଦୃଷ୍ଟିରୁ ୱିଙ୍ଗ କମାଣ୍ଡର ବର୍ଦ୍ଧମାନଙ୍କୁ କାଶ୍ମୀର ବାହାରକୁ ବଦଳି କରାଯାଇଥିବା ସୂଚନା ମିଳିଛି।



