www.samajalive.in
Friday, December 12, 2025
16.1 C
Bhubaneswar

ବାସ୍ତୁଶାସ୍ତ୍ରରେ ଝରକା ରଖିବାର ନିୟମ

ପ୍ରତ୍ୟେକ ଗୃହରେ ଝରକା ରହିବା ନିତାନ୍ତ ଆବଶ୍ୟକ। ନଚେତ୍ ଏହା ଘରର ପରିଚୟ ପାଇନଥାଏ ବୋଲି ବାସ୍ତୁବିତ୍‌ଙ୍କ ମତ। ଝରକା ସହାୟତାରେ ଘରକୁ କେବଳ ବାୟୁ ଚଳାଚଳ ଓ ଆଲୋକ ପ୍ରବେଶ ହୁଏନାହିଁ, ବରଂ ଉତ୍ତମ ଦିଗରେ ଏହା ଥିଲେ ଘରର ସୁଖ-ସମୃଦ୍ଧିରେ ସହାୟକ ହୋଇଥାଏ।

ପୂର୍ବେ ଘରର ପ୍ରତ୍ୟେକ ଝରକାଗୁଡ଼ିକୁ ପୂର୍ବ ଦିଗ ମୁହାଁ କରିବାକୁ ଯଥାସମ୍ଭବ ଚେଷ୍ଟା କରାଯାଉଥିଲା। ସୂର୍ଯ୍ୟକିରଣ ଏହା ଦ୍ବାରା କକ୍ଷରେ ପ୍ରବେଶ କରେ ଓ ଘର ଆଲୋକିତ ହୋଇଥାଏ।

ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଝରକା ରହିବା ଉତ୍ତମ, କିନ୍ତୁ ପୂର୍ବ ଦିଗରେ ଝରକା ଥିବା କକ୍ଷ ଅଧିକ ଶୁଭଙ୍କର। ଦକ୍ଷିଣ ଦିଗ ଯମଙ୍କ ଦିଗ, ଏହି ଦିଗରେ ଝରକା କରିବା ଉଚିତ ନୁହେଁବୋଲି ମତ ମିଳେ।

- Advertisement -

ଯଦିବା ଦକ୍ଷିଣ ଦିଗରେ ପୂର୍ବରୁ ଝରକା ତିଆରି ହୋଇସାରିଛି, ଏଠାରେ ପରଦା ଟାଙ୍ଗିବା ସହ ଖୁବ୍ କମ୍ ଖୋଲିବାକୁ ଚେଷ୍ଟା କରନ୍ତୁ।

ବାସ୍ତୁବିତ୍‌ଙ୍କ ମତରେ ଘରର ମୁଖ୍ୟ ଦୁଆରର ଦୁଇ ପାର୍ଶ୍ବରେ ଝରକା ରହିବା ଶୁଭ ଫଳ ପ୍ରଦାନ କରିଥାଏ।

ଏହା ମଧ୍ୟ ଧ୍ୟାନରେ ରଖିବେ ଯେ ଝରକାଗୁଡ଼ିକ ଯେପରି ଘରର ଭିତରପାଖକୁ ଖୋଲି ହେଉଥିବ। ବାହାର ପାଖକୁ ଖୋଲୁଥିବା ଘରେ ନିୟମିତ କଳିଝଗଡ଼ା, ଅଶାନ୍ତି ଲାଗି ରହୁଥିବାର ଦେଖାଯାଏ।
ସବୁବେଳେ ଯୁଗ୍ମ ସଂଖ୍ୟାରେ ଝରକା ତିଆରି କରନ୍ତୁ। ଅଯୁଗ୍ମ ସଂଖ୍ୟାର ଝରକା ଥିଲେ ତାହା ଘର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଦୈନିକ ଅତିକମ୍‌ରେ ୧୫-୨୦ ମିନିଟ୍ ଘରର ଝରକାଗୁଡ଼ିକୁ ଖୋଲା ରଖନ୍ତୁ। ଏହା ମଧ୍ୟ ଶୁଭର ପ୍ରତୀକ ଭାବେ ବିବେଚନା କରାଯାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories