www.samajalive.in
Sunday, December 7, 2025
26.1 C
Bhubaneswar

ସତ ପାଇଁ ସବୁକିଛି ତ୍ୟାଗ କରିପାରିବି-ସିଦ୍ଧୁ

ନୂଆଦିଲ୍ଲୀ/ଅମୃତସର: ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ କଂଗ୍ରେସର ପଞ୍ଜାବ ଶାଖାରେ ସଙ୍କଟ ଦେଖାଦେଇଛି । ସିଦ୍ଧୁଙ୍କୁ ସମର୍ଥନ ଜଣାଇ ଜଣେ କ୍ୟାବିନେଟ ମନ୍ତ୍ରୀ ଓ ଅନ୍ୟ କିଛି ସଦସ୍ୟ ଇସ୍ତଫା ଦେବାପରେ ମୁଖ୍ୟମନ୍ତ୍ରୀ ଚରଣଜିତ ଛନ୍ନିଙ୍କ ସରକାର ପ୍ରତି ବିପଦ ଦେଖାଦେଇପାରେ ବୋଲି କିଛି ରାଜନୈତିକ ବିଶ୍ଳେଷକ ଆଶଙ୍କା ପ୍ରକଟ କରିଛନ୍ତି । ଗତ କିଛିଦିନ ଧରି ପଞ୍ଜାବ କଂଗ୍ରେସର ଘଟଣାକ୍ରମ ଦଳର କେନ୍ଦ୍ରୀୟ ନେତୃତ୍ୱ ପାଇଁ ଚିନ୍ତା ବଢାଇ ଦେଇଥିବାବେଳେ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଇସ୍ତଫା ସିଦ୍ଧୁ ବୁଧବାର ଦିନ ସେ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ କୋ÷ଣସି ବିଷୟ ସହିତ ସାଲିସ କରାଗଲେ ଜଣେ ବ୍ୟକ୍ତିର ଚରିତ୍ର ମଧ୍ୟ ନିରର୍ଥକ ହୋଇଯାଏ । ପଞ୍ଜାବର ଭବିଷ୍ୟତ ଏବଂ ରାଜ୍ୟର କଲ୍ୟାଣ ବିଷୟକୁ ନେଇ ସେ ସାଲିସ କରିପାରିବେ ନାହିଁ । ସେଥିପାଇଁ ସେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଦଳ ପାଇଁ ସେ ସେବା କରିଚାଲିବେ । ଅନ୍ୟପକ୍ଷରେ ସିଦ୍ଧୁଙ୍କର ଇସ୍ତଫାପତ୍ରକୁ କେନ୍ଦ୍ରୀୟ ନେତୃତ୍ୱ ଏପର୍ଯ୍ୟନ୍ତ ଗ୍ରହଣ କରିନଥିବା ଦଳର ବିଧାୟକ ବାୱା ହେନରି କହିଛନ୍ତି । ସେ କହିଛନ୍ତି, ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ପକ୍ଷରୁ ଏହାର ସମାଧାନ ପାଇଁ ଉଦ୍ୟମ କରାଯାଉଛି । ଯେଉଁ ତିନି ଚାରିଟି ବିଷୟକୁ ନେଇ ମତପାର୍ଥକ୍ୟ ରହିଛି ତାହା ଉପରେ ଦଳୀୟ ମଂଚରେ ଆଲୋଚନା କରାଯାଉଛି ଏବଂ ଦଳର କେନ୍ଦ୍ରୀୟ ନେତୃତ୍ୱ ଏହାର ଖୁବଶୀଘ୍ର ସମାଧାନ କରିବେ । ସିଦ୍ଧୁ କହିଛନ୍ତି, ପଞ୍ଜାବ ପାଇଁ ସେ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି । କାହା ସହିତ ତାଙ୍କର କିଛି ବ୍ୟକ୍ତିଗତ ଶତ୍ରୁତା ନାହିଁ । ତାଙ୍କର ଦୀର୍ଘ ୧୭ ବର୍ଷର ରାଜନୈତିକ ଜୀବନ ଏକ ଉଦେ୍ଦଶ୍ୟକୁ ନେଇ ଆଗେଇ ଚାଲିଛି । ଯେଉଁଥିରେ ଜନସାଧାରଣଙ୍କୁ ଭଲରେ ବଞ୍ଚିବା ଦିଗରେ ପ୍ରୟାସ କରିବା ଏବଂ ଭିନ୍ନ କିଛି କରିବା ତାଙ୍କର ଉଦେ୍ଦଶ୍ୟ । ଏହା ହିଁ ତାଙ୍କର ଏକମାତ୍ର ଧର୍ମ । ସେ ତାଙ୍କ ନୀତି ସହିତ ସାଲିସ କରିବେନାହିଁ । ପଞ୍ଜାବର ଜନସାଧାରଣଙ୍କ ପାଇଁ ସେ ଲଢେଇ କରୁଛନ୍ତି । ତେବେ ଏକ ବିଶସ୍ତ ସୂତ୍ରରୁ ପ୍ରକାଶ ଯେ ରାଜ୍ୟର ଆଡଭୋକେଟ ଜେନେରାଲ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚରଣଜିତ ଛନ୍ନିଙ୍କ ସହିତ ତାଙ୍କର ମତପାର୍ଥକ୍ୟ ହେବାପରେ ସିଦ୍ଧୁ ଇସ୍ତଫା ଦେଇଛନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories