www.samajalive.in
Sunday, December 14, 2025
17.1 C
Bhubaneswar

ଗେହଲଟଙ୍କ ନୂଆ ରଣନୀତି, ଘେରିବେ ପ୍ରଧାନମନ୍ତ୍ରୀଙ୍କ ବାସଭବନ

ଜୟପୁର : ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ସଚିନ ପାଇଲଟ ଓ କଂଗ୍ରେସର ୧୮ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ ଉପରେ ରାଜ୍ୟ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦେଶ ଶାସକ କଂଗ୍ରେସକୁ ବିଳଚିତ କରିଦେଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭାର ଅଧିବେଶନ ଡାକିବା ଲାଗି ଜିଦ୍‍ ଧରିଛନ୍ତି। ବିଧାନସଭା ଅଧିବେଶନ ଡାକିବା ଲାଗି ଗେହଲଟ ଦଳୀୟ ବିଧାୟକଙ୍କୁ ଧରି ଶୁକ୍ରବାର ରାଜଭବନରେ ଧାରଣା ଦେଇଥିବାବେଳେ ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଶନିବାର ଗେହଲଟ କହିଛନ୍ତି ଯେ ବିଧାନସଭା ଅଧିବେଶନ ଡାକିବା ଲାଗି ସେ ରାଷ୍ଟ୍ରପତିଙ୍କୁ ଭେଟି ନିବେଦନ କରିବେ। ଏପରିକି ଏହି ଘଟଣାକୁ ନେଇ ସେ ଓ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ। ଶନିବାର ଅପରାହ୍ଣରେ ହୋଟେଲ ଫେୟାରମାଉଣ୍ଟ କଂଗ୍ରେସ ବିଧାୟକ ଦଳ ବୈଠକକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନିଜର ତଥା ଦଳୀୟ ଯୋଜନା ସମ୍ପର୍କରେ କହିଛନ୍ତି।

ଶୁକ୍ରବାର ରାଜ୍ୟପାଳଙ୍କୁ ସାକ୍ଷାତ ସମୟରେ ଗେହଲଟ ଅଭିଯୋଗ କରିଥିଲେ ଯେ ବିଧାନସଭା ଅଧିବେଶନ ଡାକିବାରେ ରାଜ୍ୟପାଳ ବିଳମ୍ବ କରୁଛନ୍ତି। ସୋମବାର ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟପାଳଙ୍କ ଉପରେ ସେ ଚାପ ପକାଇଥିଲେ। ରାଜ୍ୟପାଳଙ୍କ ଉପରେ ଚାପ ପକାଇବା ଲାଗି କଂଗ୍ରେସ ବିଧାୟକମାନେ ରାଜଭବନ ପରିସରରେ ଧାରଣା ଦେବା ସହିତ ନାରାବାଜୀ କରିଥିଲେ। ଏପରିକି ବିଧାନସଭା ଅଧିବେଶନ ଡାକିବା ଦାବିରେ ରାଜ୍ୟବାସୀ ରାଜଭବନ ଘେରାଉ କରିବେ ବୋଲି ମୁଖ୍ୟମନ୍ତ୍ରୀ ପରୋକ୍ଷ ଧମକ ଦେଇଥିଲେ। ପରେ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ ପ୍ରତିଶ୍ରୁତି ଦେବାରୁ ବିଧାୟକମାନେ ରାଜଭବନରୁ ବାହାରକୁ ଯାଇଥିଲେ।

- Advertisement -

ରାଜସ୍ଥାନର କଂଗ୍ରେସ ସରକାରରେ ଦେଖାଯାଇଥିବା ବିବାଦକୁ ନେଇ ବିରୋଧୀ ବିଜେପି ଶନିବାର ରାଜ୍ୟପାଳଙ୍କୁ ସାକ୍ଷାତ କରିଛି। ରାଜସ୍ଥାନ ରାଜ୍ୟ ବିଜେପି ସଭାପତି ସତୀଶ ପୁନିଆ ଓ ବିରୋଧୀ ଦଳ ନେତା ଗୁଲାବ ଚନ୍ଦ୍ର କଟରିଆଙ୍କ ନେତୃତ୍ୱରେ ୧୩ଜଣିଆ ପ୍ରତନିଧି ଦଳ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଥିଲେ। ବିରୋଧୀ ବିଜେପି କହିଛି ଯେ ରାଜ୍ୟରେ ଏବେ ସରକାର ନାହିଁ। ରାଜ୍ୟରେ କରୋନା ମହାମାରୀ ଜଟିଳ ପରିସ୍ଥିତିରେ ପହଞ୍ଚିଥିବାବେଳେ ସରକାରରେ କ୍ଷମତା ଲଢେଇ ଚାଲିଛି। ଅନ୍ୟପଟେ ରାଜ୍ୟ ସରକାରକୁ ଭାଙ୍ଗିବା ଲାଗି ବିଜେପି ଷଡଯନ୍ତ୍ର କରିଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଶନିବାର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି ଯେ ବିଜେପି ନିୟମିତ ଭାବେ ନିର୍ବାଚିତ ସରକାରକୁ ଭାଙ୍ଗି କ୍ଷମତା ଦଖଲ କରିବାର ଉଦ୍ୟମ ଚଳାଇଛି। ଆଗାମୀ ଦିନରେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ କରିବ।

ସୂଚନାଯୋଗ୍ୟ ସଚିନ ପାଇଲଟ ସମେତ ୧୯ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଲାଗି ବିଧାନସଭା ବାଚସ୍ପତି ସିପି ଜୋଷୀ ନୋଟିସ ଜାରି କରିଛନ୍ତି। ଏହି ନୋଟିସକୁ ନେଇ ପାଇଲଟ ରାଜ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଶୁକ୍ରବାର ଦେଇଥିବା ରାୟରେ ସ୍ଥିତାବସ୍ଥା ବଜାୟ ରଖିବାକୁ ବାଚସ୍ପତିଙ୍କୁ ନିର୍ଦେଶ ଦେଇଛନ୍ତି। ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତାବସ୍ଥା ବଜାୟ ରହିବ। ସେ ପର୍ଯ୍ୟନ୍ତ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। ଜୁଲାଇ ୨୭ ସୋମବାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories