www.samajalive.in
Monday, December 15, 2025
24.1 C
Bhubaneswar

ମଦ ପିଇବାକୁ ଟଙ୍କା ଦେଲା ନାହିଁ ପତ୍ନୀ; ରାଗରେ ଦଉଡ଼ି ଦେଇ ସ୍ବାମୀଙ୍କ ଆତ୍ମହତ୍ୟା

ବୌଦ୍ଧ ଥାନା ତେଲିବନ୍ଧ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମଦ କିଣିବାକୁ ସ୍ତ୍ରୀ ଟଙ୍କା ଦେଲାନି ବୋଲି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଆଜି ଜିଲାବ୍ୟାପୀ ଚର୍ଚ୍ଚା ର ବିଷୟ ହୋଇଛି। ବେଣୁ ବେଜି (୫୫) ନାମକ ଏହି ବ୍ୟକ୍ତିି ଆଜି ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲେ; କିନ୍ତୁ ସେ ବାରମ୍ବାର ଟଙ୍କା ମାଗୁଥିବାରୁ ତାଙ୍କ ସ୍ତ୍ରୀ ବିରକ୍ତ ହୋଇ ପଡ଼ୋଶୀ ଘରକୁ ଚାଲି ଯାଇଥିଲେ। ବେଣୁ ଏଥିରେ କ୍ଷୁବ୍ଧ ହୋଇ ଗାଁ ମୁଣ୍ଡ ​ତୋଟାରେ  ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ କେତେ ଜଣ ଗାଈଚରାଳୀ ଏହା ଦେଖି ତାଙ୍କୁ ଆତ୍ମହତ୍ୟା କରିବାରୁ ନିବୃତ୍ତ କରିଥିଲେ ଓ ତାଙ୍କୁ ଆଣି ଘରେ ଛାଡ଼ି ଦେଇ ଯାଇଥିଲେ। କିନ୍ତୁ ଗାଈଚରାଳୀ ଯୁବକମାନେ ଫେରିଯିବା ପରେ ଘରେ କେହି ନ ଥିବାର ସୁଯୋଗ ନେଇ ବେଣୁ ଘର ଭିତରେ ଆତ୍ମହତ୍ୟା କରିଥିଲେ। ସ୍ତ୍ରୀ ପଡ଼ିଶା ଘରୁ ଫେରି କବାଟ ଯେତେ ବାଡ଼େଇଲେ ମଧ୍ୟ ନ ଖୋଲିବାରୁ ପଡ଼ୋଶୀମାନଙ୍କୁ ଡାକିଥିଲେ। ଗ୍ରାମବାସୀଙ୍କଠାରୁ ଏହି ଖବର ପାଇ ପୁଲିସ ଫାଣ୍ଡି ଅଧିକାରୀ ମମତା ହେମ୍ବ୍ରମ ସେଠାରେ ପହଞ୍ଚିଥିଲେ ଓ କବାଟ ଭାଙ୍ଗି ବେଣୁଙ୍କ ଶବକୁ ବାହାର କରିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ‌ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories