www.samajalive.in
Tuesday, December 9, 2025
26.1 C
Bhubaneswar

ଦିବ୍ୟାଙ୍ଗ ବିଧବା ମହିଳାଙ୍କ ଦୁଃଖ ବୁଝିବ କିଏ: ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଭୋକରେ ଦିନ କାଟୁଛି ପରିବାର

ମାଲକାନଗିରି: ଭଙ୍ଗା ଚାଳ ଘରେ ଭୋକରେ କଟୁଛି ଦିନ। ଶୋଚନୀୟ ଅବସ୍ଥାରେ ବିଧବା ଦିବ୍ୟାଙ୍ଗ ମହିଳାଙ୍କ ପରିବାର। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମପଞ୍ଚାୟତରେ। ଏହି ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ଜଣେ ଦିବ୍ୟାଙ୍ଗ ବିଧବା ମହିଳା ରୁକ୍ମଣୀ ଭୂମିଆ ପରିବାର ସହ ବାସ କରନ୍ତି। ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିବା ପରେ ମଧ୍ୟ କମୁନାହିଁ ତାଙ୍କ ଦୁର୍ଦ୍ଦଶା। ବିଗତ ପ୍ରାୟ ୭ ବର୍ଷ ତଳେ ତାଙ୍କ ସ୍ୱାମୀ ରମେଶ ଭୂମିଆଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସେ ନିଜ ଭାଇ ଅର୍ଜୁନ ଭୂମିଆ ଘରେ ଆଶ୍ରୟ ନେଇଛନ୍ତି। ତେବେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ନଥିବା ବେଳେ ପେଟକୁ ଦାନା ଯୋଗାଇବାର ଚିନ୍ତା ଖାଉଛି। ସମ୍ପୃକ୍ତ ମହିଳାଙ୍କର ଦୁଇ ଝିଅ, ଗୋଟିଏ ପୁଅ। ପରିବାରରେ ସମୁଦାୟ ୪ ଜଣ ସଦସ୍ୟ। ରାସନ କାର୍ଡ ଅଛି କିନ୍ତୁ ଖାଦ୍ୟ ନିରାପତ୍ତା ଯୋଜନାରେ ତିନି ଜଣଙ୍କ ରାସନ ମିଳୁଛି। ସମୁଦାୟ ୧୫ କେଜି ଚାଉଳରେ ୪ ଜଣଙ୍କ ପେଟ ପୋଷଣ କଷ୍ଟକର ହେଉଛି। ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ମିଳୁଥିଲା, କିନ୍ତୁ ୫ ମାସ ଧରି ସେ ଭତ୍ତା ପାଉ ନଥିବା ଅଭିଯୋଗ କରିଛନ୍ତି। ଗତ କିଛି ମାସ ତଳେ ମାଲକାନଗିରି ବ୍ଲକ କର୍ତ୍ତୃପକ୍ଷ ତାଙ୍କ ଘରକୁ ଆସି ବିଭିନ୍ନ ପ୍ରତିଶୃତି ଦେଇଥିଲେ। କିନ୍ତୁ ପରିସ୍ଥିତି ଯଥା ପୂର୍ବମ୍ ତଥା ପରମ୍। ଆଜି ପର୍ଯ୍ୟନ୍ତ ସେ ପେଟର ଦାନା ଯୋଗାଇବା ଚିନ୍ତାରେ ବିଚଳିତ ହେଉଛନ୍ତି। ସେ ବିଧବା ହେବାର ୭ ବର୍ଷ ବିତିଲାଣି, କିନ୍ତୁ ଏଯାବତ ତାଙ୍କୁ ଜାତୀୟ ସମାଜ ମଙ୍ଗଳ ଯୋଜନା, ଖାଦ୍ୟ ନିରାପତ୍ତା ଯୋଜନା, ପକ୍କା ଘର ଯୋଜନା ଭଳି ସମସ୍ତ ଯୋଜନାରୁ ବଞ୍ଚିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଖିଳ ବାନାର୍ଜୀଙ୍କୁ ପଚାରିବାରୁ ଏ ଘଟଣା ସମ୍ପର୍କରେ ସେ ଜାଣିନାହାନ୍ତି, ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories