www.samajalive.in
Monday, December 15, 2025
27.1 C
Bhubaneswar

ନିର୍ବାଚନରେ ବିଜେପିକୁ କାହିଁକି ମିଳିଲାନି ସଂଘ ସହଯୋଗ ?

ସମାଜ ଡିଜିଟାଲ ଡେସ୍କ: ପୂର୍ବରୁ ହୋଇଥିବା ଲୋକସଭା ନିର୍ବାଚନଗୁଡ଼ିକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଭାରତୀୟ ଜନତା ପାର୍ଟି(ବିଜେପି)କୁ ଅନେକ କ୍ଷେତ୍ରର ସହଯୋଗ କରିଥିବା ନଜିର ରହିଛି। ପ୍ରଚାରଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ସ୍ୱୟଂସେବକମାନେ ଦଳକୁ ସହଯୋଗ କରିଥାନ୍ତି। କିନ୍ତୁ ଚଳିତ ନିର୍ବାଚନରେ ତାହା ଦେଖିବାକୁ ମିଳିଲା ନାହିଁ। ଏହାକୁ ନେଇ ନିର୍ବାଚନ ସମୟରେ ଅନେକ ପ୍ରଶ୍ନ ଉଠିଥିଲା। କ’ଣ ପାଇଁ ଏଥର ଆରଏସଏସ କର୍ମୀମାନେ ସକ୍ରିୟ ହୋଇ ନ ଥିଲେ। ତେବେ ଏହାର କାରଣ ହେଉଛି ଖୋଦ ବିଜେପି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନର ପ୍ରଥମ ୫ଟି ପର୍ଯ୍ୟାୟରେ ସଂଘର ଭିନ୍ନ ଭିନ୍ନ ସ୍ତରରେ ଥିବା ପଦାଧିକାରୀମାନେ ନିର୍ବାଚନକୁ ନେଇ କୌଣସି ବୈଠକ କରି ନ ଥିଲେ। ଫଳରେ ସ୍ୱୟଂସେବକମାନେ ନିର୍ବାଚନ ସମୟରେ କ’ଣ କରିବେ ସେ ସମ୍ପର୍କରେ ସେମାନଙ୍କୁ ଉପରମୁଣ୍ଡରୁ କୌଣସି ବାର୍ତ୍ତା ପଠାଯାଇ ନ ଥିଲା। କିନ୍ତୁ ୫ ପର୍ଯ୍ୟାୟ ଭୋଟଗ୍ରହଣ ପରେ ସଂଘର ଏକ ବୈଠକ ବସିଥିଲା ଏବଂ ପରବର୍ତ୍ତୀ ୨ଟି ପର୍ଯ୍ୟାୟରେ ପୂର୍ବ ପରି କାର୍ଯ୍ୟ କରିବାକୁ ଆଲୋଚନା ହୋଇଥିଲା। ହେଲେ ୬ଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ମନ୍ତବ୍ୟ ଶୁଣି ସଂଘକୁ ନିରାଶ ହେବାକୁ ପଡ଼ିଥିଲା। ନଡ୍ଡା କହିଥିଲେ ଯେ, ବିଜେପିକୁ ପୂର୍ବରୁ ସଂଘର ଆବଶ୍ୟକତା ରହୁଥିଲା। କିନ୍ତୁ ଏବେ ବିଜେପି ନିଜେ ସକ୍ଷମ ହୋଇଗଲାଣି। ନଡ୍ଡାଙ୍କ ଏହି ମନ୍ତବ୍ୟକୁ ନେଇ ସଂଘରେ ଚର୍ଚ୍ଚା ଜୋର ଧରିଥିଲା ଏବଂ ଏହି କାରଣରୁ ସ୍ୱୟଂସେବକମାନେ ସକ୍ରିୟ ହୋଇ ନ ଥିଲେ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories