Patra electronics

ଅଭିନେତ୍ରୀଙ୍କ ଅକାଳ ବିୟୋଗ, ଫ୍ଲାଟ୍‌ରୁ ମୃତଦେହ ଉଦ୍ଧାର

ମୁମ୍ବଇ: ଅଭିନେତ୍ରୀ ନୁର୍‌ ମାଳବିକା ଦାସଙ୍କ ଅକାଳ ବିୟୋଗ ଘଟିଥିବା ଖବର ମିଳିଛି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ପୁଲିସ ଜୁନ୍‌ ୬ ତାରିଖରେ ଲୋଖଣ୍ଡଓ୍ବାଲାସ୍ଥିତ ନୁର୍‌ଙ୍କ ଫ୍ଲାଟ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରିଛି। ଅନେକ ଓ୍ବେବ୍‌ ସିରିଜ୍‌ରେ କାମ କରିଥିବା ୩୧ ବର୍ଷୀୟ ନୁର୍‌ ମାଳବିକା ‘ଦି ଟ୍ରାୟଲ’ ସିରିଜ୍‌ରେ କାଜଲଙ୍କ ସହ ନଜର ଆସିଥିଲେ। କୁହାଯାଉଛି ଯେ, ପୁଲିସକୁ ନୁର୍‌ଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ମିଳିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ନୁର୍‌ଙ୍କ ମୃତ୍ୟୁ ଖବର ସ୍ପଷ୍ଟ ହୋଇ ନଥିବାବେଳେ ଗଣମାଧ୍ୟମ ରିପୋର୍ଟରେ ତାଙ୍କ ପରଲୋକ ଘଟିଥିବା ନେଇ ଦାବି କରାଯାଇଛି।

 

Comments are closed.