ଡବ୍ଲ୍ୟୁଏଚ୍‍ଓ ଏବଂ ଭାରତର ମିଳିତ ଉଦ୍ୟମରେ କୋଭିଡ-୧୯କୁ ପରାଜିତ କରାଯାଇପାରିବ

ଜେନିଭା :  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଡବ୍ଲ୍ୟୁ.ଏଚ୍‍.ଓ. ମୁଖ୍ୟ ଟେଡ୍ରସ୍‍ ଅଧନମ୍‍ ଘେବ୍ରିୟେସସ୍‍ କୋଭିଡ-୧୯ର ମୁକାବିଲାରେ ଭାରତକୁ ସହାୟତା କରିଥିବାରୁ ଡବ୍ଲ୍ୟୁଏଚ୍‍ଓର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଡବ୍ଲ୍ୟୁଏଚ୍‍ଓ ଏବଂ ଭାରତର ମିଳିତ ଉଦ୍ୟମରେ କୋଭିଡ-୧୯କୁ ପରାଜିତ କରାଯାଇପାରିବ। ଡବ୍ଲ୍ୟୁଏଚ୍‍ଓ କହିଛନ୍ତି, କୋଭିଡ଼୍‍-ନାଇଣ୍ଟିନ୍‍ର ମୁକାବିଲାରେ ଭାରତର ଉଦ୍ୟମରେ ଏହା କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବ।

prayash

ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗତକାଲି ଡବ୍ଲ୍ୟୁଏଚ୍‍ଓ କର୍ମକର୍ତ୍ତାମାନଙ୍କ ସହ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ। ସେ କହିଛନ୍ତି, ଭାରତ ଏବଂ ଡବ୍ଲ୍ୟୁଏଚ୍‍ଓ ମିଳିତ ଭାବେ ବିଭିନ୍ନ ସଙ୍କଟ ସମୟରେ ସେମାନଙ୍କର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି।

Comments are closed.