www.samajalive.in
Sunday, December 7, 2025
14.1 C
Bhubaneswar

ଭାରତର ଲକ୍‌ଡାଉନକୁ ତାଳି ବଜାଇ ପ୍ରଶଂସା କଲା ଡବ୍ଲୁଏଚଓ, ଅନ୍ୟ ବିକଳ୍ପ ଖୋଜିବାକୁ ପରାମର୍ଶ

ଜେନେଭା: କରୋନା ଭୂତାଣୁକୁ ପରାଜିତ କରିବା ଲାଗି ଭାରତ ଦ୍ବାରା ନିଆଯାଇଥିବା ସାହସିକ ପଦକ୍ଷେପ ୨୧ ଦିନିଆ ଲକ୍‌ଡାଉନକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ତାଳି ବଜାଇ ପ୍ରଶଂସା କରିଛି। ଏହା ସହିତ ଭାରତକୁ ସତର୍କ ମଧ୍ୟ କରାଇଛି। ଅତିରିକ୍ତ ଆବଶ୍ୟକ ପଦକ୍ଷେପ ନ ନେଲେ ଲକ୍‌ଡାଉନ ଶେଷ ହେବା ପରେ କରୋନା ଭୂତାଣୁ ପୁଣି ଥରେ ବ୍ୟାପିପାରେ ବୋଲି ଡବ୍ଲୁଏଚଓ କହିଛି। ଲକଡାଉନ ପରେ ଲୋକେ ବହୁ ସଂଖ୍ୟାରେ ଘରୁ ବାହାରିବେ। ଏହା ଦ୍ବାରା ପୁଣି ଥରେ କରୋନା ଭୂତାଣୁର ବିପଦ ଉପୁଜିପାରେ। ବୋଲି କୁହାଯାଇଛି।

ଡବ୍ଲୁଏଚଓ ଅଧ୍ୟକ୍ଷ ଟେଡୋସ ଲକ୍‌ଡାଉନକୁ ପ୍ରଶଂସା କରି ଭାରତରେ କରୋନା ପ୍ରାରମ୍ଭିକ ଅବସ୍ଥାରେ ରହିଛି ବୋଲି କହିଛନ୍ତି। ଏହା ସତ୍ବେ ଏଠାରେ ଲକଡାଉନ କରିବା ଭଳି ବଡ଼ ପଦକ୍ଷେପ ନିଆଯାଇଛି। ଭାରତ ପାଖରେ କ୍ଷମତା ରହିଛି ଏବଂ ଭାରତ ପ୍ରାରମ୍ଭରୁ ଆବଶ୍ୟକ ପଦକ୍ଷେପ ନେଇଥିବାରୁ ଏହା ବହୁତ ଗୁରୁତ୍ଵପୂର୍ଣ୍ଣ ଏବଂ ଭଲ। କରୋନା ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବା ପୂର୍ବରୁ ଏହାକୁ ଚପାଇଦେବା ଏବଂ ନିୟନ୍ତ୍ରଣ କରିବାରେ ଲକ୍‌ଡାଉନ ବହୁମାତ୍ରାରେ ସହାୟତା କରିବ।

- Advertisement -

ଭାରତ ଯେଉଁ ପଦକ୍ଷେପ ନେଇଛି ତାହାକୁ ଆମେ ବାସ୍ତବରେ ପ୍ରଶଂସା କରୁଛୁ। କରୋନା ବ୍ୟାପିବା ଆଗରୁ ତାକୁ ଶେଷ କରିଦେବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ୩ ସପ୍ତାହର ଦୀର୍ଘ ଲକଡାଉନ ସଫଳ ହେବା ପରେ ବି ଭାରତରେ କରୋନା ଭୂତାଣୁ ୨ୟ ଏବଂ ୩ୟ ପର୍ଯ୍ୟୟକୁ ବ୍ୟାପିବାର ବିପଦ ଅଛି କି ବୋଲି ଇଣ୍ଡିଆ ଟୁଡେର ଏକ ପ୍ରଶ୍ନରେ ଡବ୍ଲୁଏଚଓର କାର୍ଯ୍ୟକାରୀ ନିର୍ଦେଶକ ମିଶୋ ଜେ ରେୟାନ ସତର୍କ କରି କହିଛନ୍ତି, ଆବଶ୍ୟକ ପଦକ୍ଷେପ, ଜରୁରୀ ସୁରକ୍ଷା ବ୍ୟବସ୍ଥା ଲାଗୁ ନ କଲେ ଏଥିରୁ ମୁକୁଳିବା କଷ୍ଟକର। ଯଦି ଏହା ପୁନର୍ବାର ଫେରେ ତେବେ ଏହା ବଡ଼ ଚ୍ୟାଲେଞ୍ଜ ହେବ। ଆମ ନିକଟରେ ବହୁତ କମ୍‌ ସମୟ ରହିଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories