www.samajalive.in
Monday, December 15, 2025
26.1 C
Bhubaneswar

ଦୁନିଆର ସବୁଠାରୁ ସୁଖୀ ଦେଶ କିଏ? ଜାଣନ୍ତୁ ୨୦୨୪ ତାଲିକାର କେତେ ନଂ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ସୁଖୀ ଦେଶ ଭାବେ କିଏ ପ୍ରଥମ ସ୍ଥାନରେ ରହିଛି। ଆମେରିକା, ଚୀନ କିମ୍ବା ରୁଷ ଭଳି ଶକ୍ତିଶାଳୀ ଦେଶ ସୁଖୀ ଦେଶର ତାଲିକାରେ ପ୍ରଥମେ ସ୍ଥାନ ପାଇନାହଁନ୍ତି। ବରଂ ଫିନଲ୍ୟାଣ୍ଡ ହେଉଛି ଦୁନିଆର ସବୁଠାରୁ ସୁଖୀ ଦେଶ। ୨୦୨୪ରେ ଦୁନିଆର ସବୁଠାରୁ ସୁଖୀ ଦେଶର ମାନ୍ୟତା ପାଇ ତାଲିକାର ଶିର୍ଷରେ ରହିଛି ଫିନଲ୍ୟାଣ୍ଡ। ମିଳିତ ଜାତିସଂଘର ବାର୍ଷିକ ବିଶ୍ୱସ୍ତରୀୟ ସୁଖୀ ଦେଶର ରିପୋର୍ଟ ବୁଧବାର ପ୍ରକାଶ ପାଇଛି। ଏହି ରିପୋର୍ଟରେ ଫିନଲ୍ୟାଣ୍ଡ କ୍ରମାଗତ ସପ୍ତମ ବର୍ଷ ପାଇ ଦୁନିଆର ସବୁଠାରୁ ସୁଖୀ ଦେଶ ଭାବେ ନିଜର ସ୍ଥାନ ବଜାୟ ରଖିଛି। ଗତବର୍ଷ ଭଳି ଭାରତ ମଧ୍ୟ ଏହି ର‌୍ୟାଙ୍କିଙ୍ଗରେ ୧୨୬ତମ ସ୍ଥାନରେ ରହିଛି।
ତାଲିକାରେ ଫିନଲ୍ୟାଣ୍ଡ ପରେ ଡେନମାର୍କ, ଆଇସଲ୍ୟାଣ୍ଡ ଏବଂ ସ୍ୱିଡେନ ବିଶ୍ୱ ସୁଖୀ ଦେଶ ର‌୍ୟାଙ୍କିଙ୍ଗରେ ରହିଛନ୍ତି। ତାଲିବାନ ଦ୍ୱାରା ଶାସିତ ଆଫଗାନିସ୍ତାନ ଏହି ମାନ୍ୟତାର ସବୁଠାରୁ ନିମ୍ନ ସ୍ଥାନରେ ରହିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଆମେରିକା ଏବଂ ଜର୍ମାନୀ ଶ୍ରେଷ୍ଠ ୨୦ଟି ଦେଶରେ ରହିଥିଲେ। କିନ୍ତୁ ଏଥର ପ୍ରଥମ ଥର ପାଇଁ ଆମେରିକା ୨୩ତମ ସ୍ଥାନକୁ ଏବଂ ଜର୍ମାନୀ ୨୪ତମ ସ୍ଥାନକୁ ଖସିଛି। ଦେଶର ଲୋକଙ୍କ ଜୀବନଶୈଳୀ, ମୁଣ୍ଡପିଛା ଜିଡିପି, ସାମାଜିକ ସମର୍ଥନ, ସୁସ୍ଥ ଜୀବନଯାପନ, ସ୍ୱାଧୀନତା, ଉଦାରତା ଏବଂ ଦୁର୍ନୀତି ଉପରେ ଆଧାର କରି ଏହି ର‌୍ୟାଙ୍କିଙ୍ଗରେ ପ୍ରସ୍ତୁତ କରାଯାଇଥାଏ।
ଫିନଲ୍ୟାଣ୍ଡ ହେଉଛି ବିଶ୍ୱର ସବୁଠାରୁ ବିକଶିତ ଦେଶ ମଧ୍ୟରେ ଅନ୍ୟତମ। ଏଠାରେ ପ୍ରତ୍ୟେକ ନାଗରିକ ଆର୍ଥିକ ସୁରକ୍ଷା ସହିତ ଅନେକ ଅଧିକାର ଏବଂ ସୁବିଧା ପାଆନ୍ତି। ଏଠାରେ ରହୁଥିବା ଲୋକମାନେ ପ୍ରକୃତି ସହିତ ଘନିଷ୍ଠ ରହିଥାନ୍ତି। ଫିନଲ୍ୟାଣ୍ଡ ଲୋକମାନେ ଏକ ମୁକ୍ତ ପରିବେଶରେ ବାସ କରନ୍ତି ଏବଂ ନିର୍ବାଚନ ଅତି ସ୍ୱଚ୍ଛ ଭାବରେ ଅନୁଷ୍ଠିତ ହୁଏ। ଏଠାରେ ଲୋକମାନଙ୍କର ମାନବିକ ଅଧିକାର ସୁରକ୍ଷିତ ରହିଥାଏ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories