www.samajalive.in
Saturday, December 6, 2025
15.1 C
Bhubaneswar

ବଜ୍ରାଘାତରେ ଭାଇ ମୃତ ; ଭଉଣୀ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣପୁର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ବଜ୍ରାଘାତରେ ଭାଇର ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ନାବାଳକ ମୁକେଶ ପ୍ରଧାନୀ ହୋଇଥିବା ବେଳେ ଭଉଣୀ ସୁପ୍ରିୟା ପ୍ରଧାନୀ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ସୂଚନା ପ୍ରକାରେ ଭାଇ ଭଉଣୀ ଓ ସମ୍ପର୍କୀୟ ଲୋକେ ନିକଟସ୍ଥ ମହୁଲ ଗଛ ନିକଟକୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇ ଥିବା ବେଳେ ବର୍ଷା ସହ ବଜ୍ରପାତ ହୋଇଥିଲା । ଭାଇ ଭଉଣୀ ବଜ୍ରାଘାତର ଶିକାର ହୋଇ ଅଚେତ ହୋଇ ତଳେ ପଡି ଯାଇଥିଲେ। ନିକଟରେ ଥିବା ସମ୍ପର୍କୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିବା ପରେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପଟେ ଭଉଣୀ ସୁପ୍ରିୟା ପ୍ରଧାନୀଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସମ୍ପର୍କୀୟ ଲୋକଙ୍କ ନିକଟରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories