ସତ୍ୟବାଦୀ ବନ ବିଦ୍ୟାଳୟ ହେବ ଐତିହ୍ୟ ବିଦ୍ୟାଳୟ

ସାକ୍ଷୀଗୋପାଳ: ପଞ୍ଚସଖାଙ୍କ ଦ୍ୱାରା ୧୯୦୯ ମସିହାରେ ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ପରବର୍ତ୍ତୀ ଶିକ୍ଷାନୁଷ୍ଠାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ ହେବ। ଏଥିପାଇଁ ମୋ ସ୍କୁଲ ଅଭିଯାନ ପକ୍ଷରୁ ସୋମବାର ଠାରୁ ୨ ଦିନ ଧରି ବିଦ୍ୟାଳୟ ସମ୍ପର୍କିତ ଐତିହ୍ୟ, କୃତ୍ତି ଓ ବିଷୟବସ୍ତୁ ଉପରେ ଆଧାରିତ ତଥ୍ୟକୁ ଅଭିଜ୍ଞ ବ୍ୟକ୍ତି ଵିଶେଷ ମାନଙ୍କ ଠାରୁ ମତାମତ ଗ୍ରହଣ କରାଯାଇଥିଲା।

prayash

ସୂଚନା ଅନୁଯାୟୀ ଏହି ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପୁସ୍ତକ ପ୍ରକାଶନ ସହ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯିବ। ଯାହା ବନ ବିଦ୍ୟାଳୟ ଓ ସତ୍ୟବାଦୀ ହାଇସ୍କୁଲର ଦର୍ପଣ ଭଳି କାମ କରିବା ସହ ଗବେଷଣା କରିବା ଦିଗରେ ବିଶେଷ ସହାୟକ ହେବ। ଏଥିପାଇଁ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଗାଯୋଗ ଅଧିକାରୀ ସିତାଶୁଂ ଶେଖର ମହାନ୍ତ ଓ ଫଟୋଗ୍ରାଫର ପ୍ରଫୁଲ୍ଲ କୁମାର ନାୟକ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କର ଭିଡ଼ିଓ ବାର୍ତ୍ତା ରେକର୍ଡ କରିଥିଲେ।

kalyan agarbati

Comments are closed.