www.samajalive.in
Monday, December 15, 2025
15.1 C
Bhubaneswar

ସୁନ୍ଦର ପିଚାଇଙ୍କୁ ପଛରେ ପକାଇଲେ ଦିଲ୍ଲୀର ବୈଭବ, ୧୧୫୭ କୋଟି ଟଙ୍କା ଦରମା ଦେଲେ ଏଲନ ମସ୍କ

ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ନିଜ ପାଠପଢା ସମ୍ପୂର୍ଣ୍ଣ କରିଥିବା ବୈଭବ ତନେଜା ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଦରମାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ଦରମା ମାମଲାରେ ସେ ଗୁଗଲ ସିଇଓ ସୁନ୍ଦର ପିଚାଇ ଓ ମାଇକ୍ରୋସଫ୍ଟର ସତ୍ୟ ନଡେଲାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଟେସଲା ମାଲିକ ତଥା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ବୈଭବଙ୍କୁ ସବୁଠାରୁ ଅଧିକ ଦରମାରେ ନିଯୁକ୍ତି ଦେଇଛନ୍ତି ।

ଏଲନ ମସ୍କଙ୍କ କମ୍ପାନୀ ଟେସଲାର ଚିଫ୍ ଫାଇନାନ୍ସିଆଲ ଅଫିସର ବୈଭବ ତନେଜାଙ୍କୁ ୨୦୨୪ରେ ସମୁଦାୟ ୧୩୯.୫ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୧୧୫୭ କୋଟି ଟଙ୍କାର ଦରମା ମିଳିଥିଲା । ଓ୍ବାଲ ଷ୍ଟ୍ରିଟର ରିପୋର୍ଟ ଅନୁସାରେ ଗତ ବର୍ଷ ୨୦୨୪ରେ ବୈଭବ ତନେଜା ନିଜ ଦରମା ମାମଲାରେ ଗୁଗଲ ସିଇଓ ସୁନ୍ଦର ପିଚାଇ ଏବଂ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନଡେଲାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ୨୦୨୪ରେ ସତ୍ୟ ନଡେଲା ୭୯.୧ ମିଲିୟନ୍ ଡଲାର ଆୟ କରିଥିବାବେଳେ ସୁନ୍ଦର ପିଚାଇଙ୍କୁ ୧୦.୭୩ ମିଲିୟନ୍ ଡଲାର ମିଳିଛି । ତେବେ ଟେସଲାର ସେୟାର ଦାମ୍ ବୃଦ୍ଧି ପାଇବା ଫଳରେ ବୈଭବଙ୍କ ଆୟ ବଢିଛି ।

- Advertisement -

କହିରଖୁଛୁ ବୈଭବ ଭାରତୀୟ । ସେ ୧୯୯୯ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ କମର୍ସ ସମ୍ପୂର୍ଣ୍ଣ କରି ୨୦୦୦ ମସିହାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଭାବେ ଡିଗ୍ରୀ ହାସଲ କରିଥିଲେ । ୨୦୦୬ରେ ସେ ପାଠପଢା ପାଇଁ ଆମେରିକା ଚାଲିଯାଇଥିଲେ । ସେଠାରେ ସେ ସିପିଏ ଡିଗ୍ରୀ ହାସଲ କରିଥିଲେ । ୨୦୧୭ରେ ସେ ଟେସଲାରେ ସାମିଲ ହୋଇଥିଲେ । ଭାରତରେ ଟେସଲାର ବିସ୍ତାର ପାଇଁ ଏଲନ ତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories