ନୂଆଦିଲ୍ଲୀ: ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦେଶ ଦିଆଯାଇଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିବା ବେଳେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନର ଆଉ ଜଣେ ଅଧିକାରୀଙ୍କୁ ଆଜି ଭାରତ ସରକାର୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦେଶ ଦେଇଛନ୍ତି। ପାକିସ୍ତାନର ଅଧିକାରୀ ଜଣଙ୍କ ଅଫିସିଆଲ ଷ୍ଟାଟସ ବାହାରକୁ ଯାଇ କାମ କରୁଥିବା ଜଣାପଡ଼ିବା ପରେ ଭାରତ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପାକିସ୍ତାନ ହାଇକମିଶନର ଚାର୍ଜ ଡି’ଆଫେୟର୍ସଙ୍କୁ ଆଜି ଏହି ମର୍ମରେ ଏକ ଡିମାର୍ଚେ ଜାରି କରାଯାଇଛି। ଭାରତରେ କୌଣସି ପାକିସ୍ତାନୀ କୂଟନୀତିଜ୍ଞ କିମ୍ବା ଅଧିକାରୀ ଯେପରି ସେମାନଙ୍କର ସୁବିଧା ଏବଂ ପଦବୀର ଅପବ୍ୟବହାର ନ କରନ୍ତି ତାହା କଡ଼ାକଡ଼ି ଭାବରେ ନିଶ୍ଚିତ କରିବାକୁ ତାଙ୍କୁ କୁହାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମେ’ ୧୩ରେ ଅଫସିଆଲ ଷ୍ଟାଟସ ବାହାରେ କାମ କରୁଥିବା ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ସରକାର ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦେଶ ଦେଇଥିଲେ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନରେ କାର୍ଯ୍ୟ କରୁଥିବା ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ସରକାର ବହିଷ୍କାର କରିଛନ୍ତି। ସେ ନିଜର କାର୍ଯ୍ୟକଳାପକୁ ଅଫିସିଆଲ ଷ୍ଟାଟସ ମଧ୍ୟରେ ରଖୁ ନଥିଲେ। ଉକ୍ତ ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପାକିସ୍ତାନ ହାଇ କମିଶନର ଚାର୍ଜ ଡି ଆଫେୟାରଙ୍କୁ ଏ ସମ୍ପର୍କରେ ସମନ କରାଯାଇଥିଲା। ତାଙ୍କୁ ବିଧିବଦ୍ଧ ଭାବେ ଏହା ଅବଗତ କରି ଦିଆଯାଇଛି। ପାକିସ୍ତାନ ଅଧିକାରୀ କିମ୍ବା କୂଟନୀତିଜ୍ଞମାନେ ଯେମିତି ଭାରତରେ ସେମାନଙ୍କ ପଦର ଅପବ୍ୟବହାର ନ କରିବେ, ତା’କୁ ସେ ନିଶ୍ଚିତ କରନ୍ତୁ ବୋଲି କୁହାଯାଇଛି।”
ଚଳିତ ମାସରେ ଭାରତ ସରକାର ଦ୍ୱିତୀୟ ଥର ପାଇଁ କୌଣସି ପାକିସ୍ତାନୀ ଅଧିକାରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ମେ’ ୧୩ରେ ଅଫସିଆଲ ଷ୍ଟାଟସ ବାହାରେ କାମ କରୁଥିବା ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ସରକାର ବହିଷ୍କାର କରିଥିଲେ।



