www.samajalive.in
Sunday, December 7, 2025
18.1 C
Bhubaneswar

ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସମୀକ୍ଷା ପ୍ରଧାନ କଳାରେ କନ୍ଧମାଳ ଜିଲା ଟପର୍‌

ଫୁଲବାଣୀ: ଆଜି ଯୁକ୍ତ-୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି।  ଯୁକ୍ତ-୨ କଳାରେ କନ୍ଧମାଳ ଜିଲାରେ ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସମୀକ୍ଷା ପ୍ରଧାନ ସର୍ବାଧିକ ୯୧ ପ୍ରତିଶତ ନମ୍ବର ରଖି ସମଗ୍ର କନ୍ଧମାଳ ଜିଲାର ଟପର୍‌ ହୋଇଛନ୍ତି। ସମୀକ୍ଷା ମୋଟ ୬୦୦ ନମ୍ବରରୁ ୫୪୫ ନମ୍ବର ରଖି ସେ ଏହି କୃତିତ୍ବ ଲାଭ କରିଛନ୍ତି।
ସମୀକ୍ଷାଙ୍କର ଏହି ସଫଳତାରେ ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ତନୁଜା ସିଂହ ଗଭୀର ଖୁସି ବ୍ୟକ୍ତ କରିଛନ୍ତି। ସମୀକ୍ଷା ଯୁକ୍ତ-୨ କଳା ପରୀକ୍ଷାରେ କନ୍ଧମାଳ ଜିଲାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ସୂଚନାଯୋଗ୍ୟ ଯେ ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୂର୍ବରୁ କୌଣସି ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାରି ନଥିଲେ। ସମୀକ୍ଷା ଏହି ବିରଳ ରେକର୍ଡ କରିଥିବାରୁ ଅଧ୍ୟକ୍ଷା ତନୁଜା ସିଂହ ଶୁଭେଚ୍ଛା ଜଣାଇଛନ୍ତି। ସମୀକ୍ଷାଙ୍କର ଏହି ସଫଳତାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି।
ଅନ୍ୟପଟେ ଭବିଷ୍ୟତରେ ସେ ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତ ହେବେ ବୋଲି ସମୀକ୍ଷା ଲକ୍ଷ୍ୟ ରଖିଛନ୍ତି। ଝିଅର ଏହି ସଫଳତାରେ ବାପା ଡ. ରଞ୍ଜନ ପ୍ରଧାନ ଏବଂ ମା’ ପ୍ରଜ୍ଞା ପରିମିତା ବାରିକ୍‌ ଖୁସି ପ୍ରକାଶ କରିଛନ୍ତି। ସମୀକ୍ଷା ତାଙ୍କର ଏହି ସଫଳତାର ଶ୍ରେୟ ନିଜ ବାପା, ମାଆ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ଦେଇଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories