www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେଲଫ୍‌ କ୍ବାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ

ଜେନେଭା : ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା କାରଣରୁ ନିଜକୁ ସେଲଫ୍‌ କ୍ବାରେଣ୍ଟାଇନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟସ । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦେଶ ଡ଼. ଟେଡ଼୍ରୋସ ଘେବ୍ରିୟସ କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ରବିବାର ନିଜକୁ ପୃଥକବାସରେ ରହିବାକୁ ଘୋଷଣା କରିଛନ୍ତି।

ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦେଶ ଡ଼. ଟେଡ଼୍ରୋସ ଘେବ୍ରିୟସ ଟ୍ବିଟ କରି କହିଛନ୍ତି ଯେ ‘ମୁଁ କୋଭିଡ ପଜିଟିଭ୍ ଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛି। ମୁଁ ଭଲ ଅଛି ଏବଂ ମୋ ପାଖରେ କିଛି ଲକ୍ଷଣ ନାହିଁ କିନ୍ତୁ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରୋଟୋକଲ୍ ଅନୁଯାୟୀ ମୁଁ ନିଜକୁ ସେଲଫ୍‌ କ୍ବାରେଣ୍ଟାଇନ କରୁଛି। ସେଲଫ୍‌ କ୍ବାରେଣ୍ଟାଇନ ସମୟରେ ମୁଁ ଘରୁ କାମ କରିଛି ବୋଲି ଡ଼. ଟେଡ଼୍ରୋସ ଘେବ୍ରିୟସ କହିଛନ୍ତି।

- Advertisement -

ସେ ଆହୁରୀ ମଧ୍ୟ କହିଛନ୍ତି ଯେ ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ପାଳନ କରିବା ଜରୁରୀ ଅଟେ। ସଂକ୍ରମଣ ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଭାରକୁ ଦୂର କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥି ସହିତ ଡ଼. ଟେଡ଼୍ରୋସ ଘେବ୍ରିୟସ କହିଛନ୍ତି ମହାମାରୀ ସମୟରେ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ସହକର୍ମୀ ଏବଂ ମୁଁ ବିଶ୍ଵର ସମସ୍ତ ଜନସାଧାରଣଙ୍କ ଜୀବନ ରକ୍ଷା ତଥା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସହଭାଗୀ ଭାବେ କାମ କରିବା ଜାରି ରଖିବୁ ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories