www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ ,ଦାନ୍ତର ହଳଦିଆପଣକୁ ଦୂର କରିବାର ସହଜ ଉପାୟ

ଦାନ୍ତର ରଙ୍ଗ ହଳଦିଆ ହେତୁ ଆମକୁ ବହୁ ସମୟରେ ଲଜ୍ଜିତ ହେବାକୁ ପଡ଼ିଥାଏ। ଏହି କାରଣରୁ ସମସ୍ତଙ୍କ ସମ୍ମୁଖରେ ଭଲ ଭାବେ କଥା ହେବାରେ ମଧ୍ୟ ସମସ୍ୟା ହୋଇଥାଏ। ଦାନ୍ତ ହଳଦିଆ ହେବାର ବହୁ କାରଣ ରହିଛି ; ଯେପରି ଚା’, କଫି, ଧୂମ୍ରପାନ ସେବନ ଆଦି ମୁଖ୍ୟ କାରଣ ଅଟେ। ମାତ୍ର କିଛି ସହଜ ଉପାୟ ମାଧ୍ୟମରେ ଆମେ ଦାନ୍ତର ରଙ୍ଗ ହଳଦିଆକୁ ଧଳା କରି ପାରିବା ଜାଣନ୍ତୁ ତାହା କ’ଣ….
ନଡ଼ିଆ ତେଲ – ନଡ଼ିଆ ତେଲର ବହୁ ଉପକାରୀ ଗୁଣ ରହିଛି। ଏହା ଦାନ୍ତ ନିମନ୍ତେ ମଧ୍ୟ ବହୁ ଲାଭ ଦାୟକ ଅଟେ। ଦାନ୍ତର ରଙ୍ଗ ହଳଦିଆ ହୋଇଥିଲେ ନିୟମିତ ଏକ ଚାମଚ ନଡ଼ିଆ ତେଲକୁ ଦାନ୍ତରେ ଘଷନ୍ତୁ। ଘଷିବା ପରେ ପାଟି ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଦାନ୍ତର ରଙ୍ଗ ସଂପୂର୍ଣ୍ଣ ଧଳା ହୋଇଯାଏ।
ଲେମ୍ବୁ ଓ ଲୁଣ – ଦାନ୍ତର ରଙ୍ଗ ଧଳା କରିବା ନିମନ୍ତେ ନିୟମିତ ଲେମ୍ବୁ ରସରେ ଅଳ୍ପ ଲୁଣ ମିଶାଇ ଏହାକୁ ନିୟମିତ ଦାନ୍ତରେ ଘଷନ୍ତୁ। ଘଷିବା ପରେ କିଛି ସମୟ ରଖି ପାଟି ଧୋଇ ଦିଅନ୍ତୁ। ଏହା ମଧ୍ୟ ଦାନ୍ତର ରଙ୍ଗ ଧଳା କରିଥାଏ।
ବେକିଙ୍ଗ୍‍ ସୋଡ଼ା – ଏହା ମଧ୍ୟ ଦାନ୍ତକୁ ଧଳା କରିବାର ଏକ ସହଜ ଉପାୟ ଅଟେ। ନିୟମିତ ଏହାକୁ ବ୍ରସ କରିବା ସମୟରେ ପେଷ୍ଟ ସହ ମିଶାଇ ଅଥବା ଖାଲି ବ୍ରସରେ ଲଗାଇ ଘଷିଲେ ୧୫ ଦିନ ମଧ୍ୟରେ ଦାନ୍ତ ସଂପୂର୍ଣ୍ଣ ଧଳା ହୋଇଯିବ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories