www.samajalive.in
Monday, December 15, 2025
27.1 C
Bhubaneswar

ହ୍ୱାଇଟ୍ କୋଟ ଉତ୍ସବ : ରୋଗୀ ସେବା ପାଇଁ ଶପଥ ନେଲେ କିମ୍ସ ଛାତ୍ରଛାତ୍ରୀଙ୍କ

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷାଲାଭ ପରେ ରୋଗୀଙ୍କୁ ଉତମ ସେବା ଯୋଗାଇ ଦେବା ପାଇଁ ଶପଥ ନେଇଛନ୍ତି କିମ୍ସର ନବାଗତ ଛାତ୍ରଛାତ୍ରୀମାନେ। ଗୁରୁବାର କିମ୍ସରେ ନାମ ଲେଖାଇଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱାଗତ କାର୍ଯ୍ୟକ୍ରମରେ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ ଛାତ୍ରଛାତ୍ରୀମାନେ ସେବା ମନୋବୃତି ରଖି ଡାକ୍ତରୀ ଶିକ୍ଷା ଲାଭ କରିବା ଉଚିତ ବୋଲି କହିଥିଲେ।

ସମାଜ ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ଭାବେ ଦେଖିଥାଏ, ତେଣୁ ଛାତ୍ରଛାତ୍ରୀମାନେ ଡାକ୍ତର ହେବା ପରେ ଉତମ ରୋଗୀସେବା ପ୍ରତି ଧ୍ୟାନ ଦେବା ଉଚିତ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ଡା ସିବିକେ ମହାନ୍ତି, କିମ୍ସ ମେଡିକାଲ୍ କଲେଜ ଅଧ୍ୟକ୍ଷ୍ ଡା. ଆର ସି ଦାସ, ଉପାଧ୍ୟକ୍ଷ ଡା. ଲଲାଟେନ୍ଦୁ ମହାନ୍ତି, କିମ୍ସ ମେଡିକାଲ୍ ଅଧିକ୍ଷକ ଡା. ମାନସ ରଞ୍ଜନ ବେହେରା ଓ କିଟ୍ ଡେଂଟାଲ କଲେଜ ଅଧ୍ୟକ୍ଷ ଡା. ଅଶ୍ୱିନୀ କର ପ୍ରମୁଖ ଉପସ୍ଥିତ ରହି ନବାଗତ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ।

- Advertisement -

ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ଡା. ସିବିକେ ମହାନ୍ତି କହିଲେ, ଏମ୍ବିବିଏସ୍ ଏକ ଚ୍ୟାଲେଞ୍ଜିଂ କରିକୁଲମ। ତେଣୁ ଡାକ୍ତର ହେବା ପରେ ମଧ୍ୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ବିଜ୍ଞାନ ସହ ଜଡ଼ିତ ରହିବାକୁ ସବୁବେଳେ ଅଧ୍ୟୟନ କରିବାକୁ ପଡ଼ିଥାଏ ବୋଲି କହିଥିଲେ। ଏହି ୫ବର୍ଷ ମଧ୍ୟରେ ତୁମେମାନେ ଯେଉଁ ପରିଶ୍ରମ କରିବ ତାହା ପରବର୍ତୀ ୫୦ବର୍ଷ ପର୍ଯ୍ୟନ୍ତ ତୁମକୁ ସହାୟକ ବୋଲି ସେ କହିଥିଲେ।

ସେହିପରି ହ୍ୱାଇଟକୋଟ ସ୍ୱାଗତ କାର୍ଯ୍ୟକ୍ରମ ପରେ କାଡାଭରିକ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କିମସ ହ୍ୟୁମାନ ଆନାଟୋମୀ ବିଭାଗରେ ନାମ ଲେଖାଇଥିôବା ଛାତ୍ରଛାତ୍ରୀଙ୍କୁ ବିଭାଗୀୟ ମୁଖ୍ୟ ଡା ପ୍ରଜ୍ଞା ପାରମିତା ସାମନ୍ତ ଡାକ୍ତରୀ ଶିକ୍ଷାର ଅୟମାରମ୍ଭ କାଡାଭାରିକ ଡିସେକ୍ସନ ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ଦେଇଥିଲେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories