www.samajalive.in
Monday, December 15, 2025
27.1 C
Bhubaneswar

ଖଟିଆରେ ନେବା ବେଳେ ମଝି ରାସ୍ତାରେ ପ୍ରସବ କଲେ ପ୍ରସୁତୀ- ଖରାପ ରାସ୍ତା ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ

ଲଡୁ ଗାଁ- ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧା । ଆମ୍ବୁଲାନ୍ସ ଆସି ନପାରିବାରୁ ରାସ୍ତା ମଝିରେ ପ୍ରସବ କଲେ ମହିଳା । ସରକାରଙ୍କ ଏତେ ସବୁ ଯୋଜନା ଥାଇ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ନୀରିହ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ବାରମ୍ବାର ଜନନୀ ଯନ୍ତ୍ରଣା ଖବର ପରେ ମଧ୍ୟ ପ୍ରତିକାରର ବ୍ୟବସ୍ଥା ହେଉ ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ପ୍ରଶାସନର ଆନ୍ତରିକତା ଅଭାବରୁ ଗୋଟିଏ ପରେ ଗୋଟିଏ ଜନନୀ ଯନ୍ତ୍ରଣା ଫର୍ଦ୍ଦ ଯୋଡ଼ିହେଉଛି ।

ପ୍ରସୂତୀ ମହିଳାଙ୍କୁ ଡାକ୍ତରଖାନାକୁ ଖଟିଆ ରେ ବୋହି ଆଣିବା ବେଳେ ଅଧା ବାଟରେ ଜନ୍ମ ହୋଇଛି। ଶୁକ୍ରୀ ଯାନୀ (୩୦) ଙ୍କୁ ପ୍ରସବ ଜନିତ ଯନ୍ତ୍ରଣା ହେବାପରେ ଗାଁ କୁ ଆମ୍ବୁଲାନ୍ସ ଯିବା ସୁବିଧା ନ ଥିବା କାରଣରୁ ପରିବାର ଲୋକେ ଦୀର୍ଘ ୫ କିମି ରାସ୍ତା ଖଟିଆରେ ବୋହି କରି ନେଉଥିଲ ।

- Advertisement -

ପ୍ରସବ ଯନ୍ତ୍ରଣା ରେ ଛଟପଟ ମହିଳା ଙ୍କୁ ଜୟପାଟଣା ଡାକ୍ତରଖାନା କୁ ଆଣିବା ଅଧା ବାଟରେ ମହିଳା ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ମା ପୁଅ ସୁରକ୍ଷିତ ଥିବା ବେଳେ ଜନନୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଗାଁ ଲୋକେ ଜନନୀ ସୁରକ୍ଷା ଗାଡି କୁ ଖବର ଦେଇଥିଲେ। କିନ୍ତୁ ଗାଁକୁ ରାସ୍ତା ନଥିବାରୁ ୫କିମି ଦୂର ବାଙ୍ଗଟିସାଦ ଗାଁ ପାଖରେ ଅଟକି ରହିଥିଲା । ତେବେ କୌଣସି ଉପାୟ ନପାଇ ଗାଁ ଲୋକଙ୍କ ସହ ଶୁକ୍ରୀ ଙ୍କ ସ୍ୱାମୀ ସୀତାରାମ ଖଟିଆରେ ବୋହି ଆଣୁଥିଲେ। ହେଲେ ଶୁକ୍ରୀଙ୍କ ଅତ୍ୟଧିକ ପ୍ରସବ ପୀଡା ହେବା ପରେ ମଝି ରାସ୍ତାରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଖବର ପାଇ ଧନସୁଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ନର୍ସିଂ ଅଫିସର ଏନଏମ ଓ ଆଶା କର୍ମୀ ପହଂଚି ମା ପୁଅଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ମା ପୁଅ ସୁରକ୍ଷିତ ଥିବା ଜଣାପଡ଼ିଛି । ମା ପୁଅକୁ ଜନନୀ ସୁରକ୍ଷା ଗାଡ଼ିରେ ରେ ନେଇ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରେ ରେ ଭର୍ତି କରାଯାଇଛି।

ଗାଁ ଭଲ ରାସ୍ତା ତୁରନ୍ତ ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories