www.samajalive.in
Monday, December 15, 2025
17.1 C
Bhubaneswar

ପଞ୍ଚଭୂତରେ ଲୀନ ହେଲେ ଶହୀଦ ଯବାନ ପ୍ରତାପ ପରିଡ଼ା

ଗୋପ: ପଞ୍ଚଭୂତରେ ଲୀନ ହେଲେ ମେଘାଳୟ ତୁରାରେ ପ୍ରାଣ ହରାଇଥିବା ଶହୀଦ ଯବାନ ପ୍ରତାପ ପରିଡ଼ା। ସୀମା ସୁରକ୍ଷା ବଳ(ବିଏସଏଫ) ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିବା ପୁରୀ ଜିଲା ଗୋପ ଥାନା ଅଧୀନ ମଲ୍ଲଗ୍ରାମର ପ୍ରତାପ ରଞ୍ଜନ ପରିଡ଼ା କେତେକ ବଂଲାଦେଶୀଙ୍କ ଆକ୍ରମଣରେ ଏକ କୂଅକୁ ଖସିପଡି ଗତ ୩ତାରିଖ ଦିନ ପ୍ରାଣ ହରାଇଥିଲେ। ଗତକାଲି ଯବାନଙ୍କ ପାର୍ଥିବ ଶରୀର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ବିଏସଏଫ କ୍ୟାମ୍ପରେ ରହିଥିଲା।

- Advertisement -

ସୋମବାର ସହିଦ ଯବାନଙ୍କ ମରଶରୀର ପିପିଲିଠାରୁ ଶୋଭାଯାତ୍ରାରେ ବାହାରିଥିବା ବେଳେ ଏଥିରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାସ, ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର, ବିଜେପି ନାରୀନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ହଜାର ହଜାର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ବିଭିନ୍ନ ଛକ ବଜାରରେ ଶହଶହ ବ୍ୟକ୍ତି ଦେଶ ପାଇଁ ସହିଦ ହୋଇଥିବା ପ୍ରତାପ ରଞ୍ଜନଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷ ସମ୍ମାନ ଜଣାଇଥିଲେ। ପିପିଲିଠାରୁ ବାହାରିଥିବା ଶୋଭାଯାତ୍ରା ହରିପୁର, ନିମାପଡା, ଗୋପ, ନାଗପୁରଠାରେ ପହଞ୍ଚିଥିବା ବେଳେ ସେ ପାଠ ପଢ଼ୁଥିବା ନାଗପୁର ଉଚ୍ଚ ବିଦ୍ୟାଳୟକୁ ଶୋଭାଯାତ୍ରା ଯାଇ ବଡ଼ତରା ପଞ୍ଚାୟତ ପରିକ୍ରମା କରି ଶେଷରେ ଜନ୍ମମାଟି ମଲ୍ଲଗ୍ରାମରେ ପହଞ୍ଚିଥିଲା।

ଏହାପରେ ପରିବାର ଲୋକ ଓ ଗ୍ରାମବାସୀଙ୍କ ସମେତ ଉପସ୍ଥିତ ଥିବା ହଜାର ହଜାର ବିଭିନ୍ନ ବର୍ଗର ବ୍ୟକ୍ତି ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶେଷଦର୍ଶନ କରିଥିଲେ। ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ପ୍ରତ୍ୟୁଶ ରଞ୍ଜନ ପରିଡ଼ା ମୁଖାଗ୍ନି ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories