www.samajalive.in
Monday, December 15, 2025
17.1 C
Bhubaneswar

ଚତୁର ଚଢ଼େଇ: ବନସେବା ଅଧିକାରୀଙ୍କ ଭିଡ଼ିଓ ଗୋଟାଇଛି ବିପୁଳ ପ୍ରଶଂସା

ଆପଣମାନେ ଏକଥା ଜାଣନ୍ତି ଯେ ଯେତେବେଳେ ଜୀବନ ଉପରକୁ ବିପଦ ମାଡି ଆସେ ସେତେବେଳେ ନିଜ ଜୀବନ ବଞ୍ଚାଇବା ପାଇଁ ମଣିଷ କିଛି ବି ଉପାୟ କରେ। ତେବେ ଖାଲି ମଣିଷ କାହିଁକି ପଶୁ ପକ୍ଷୀ ବି ସେମିତି ଉପାୟ ଆପଣେଇଥାନ୍ତି। ତେବେ ତାହା ନିଜେ ନ ଦେଖିଲେ ବିଶ୍ୱାସ ହେବନି। ଏମିତି ଏକ ଭିଡ଼ିଓ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ । ନିଜ ଟ୍ବିଟର ହ୍ୟାଣ୍ଡଲରେ ସେ କରିଥିବା ଏହି ପୋଷ୍ଟକୁ ବହୁ ଲୋକ ପ୍ରଶଂସା କରିଛନ୍ତି । ଏଥିରେ ଶ୍ରୀ ନନ୍ଦ ‘କିଛି ପ୍ରାଣୀ ଜନ୍ମରୁ ଅଭିନୟ ନିପୁଣ’ ବୋଲି ଲେଖିଛନ୍ତି ।

ଗୋଟିଏ କୁକୁଡ଼ା ନିଜ ଜୀବନ ବଞ୍ଚାଇବା ପାଇଁ କୁକୁର ସାମ୍ନାରେ ଏଭଳି ଅଭିନୟ କରିଛି ଯାହାକୁ ଦେଖି କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। କୁକୁଡ଼ାଟି ଖାଦ୍ୟ ସଂଗ୍ରହ ପାଇଁ ବାହାରେ ବୁଲୁଥିବା ବେଳେ ହଠାତ ଗୋଟିଏ କୁକୁର ଆଗକୁ ଚାଲି ଆସିଥିଲା। ତେବେ ଭାବିବାର କଥା ହେଉଛି ଯେ ନିଜ ମୃତ୍ୟୁ ଆସନ୍ନ ଜାଣିବା ପରେ ହୁଏତ କୁକୁଡ଼ାଟି ଜୋର କରି ବୋବାଓ ପାରିଥାନ୍ତା କିମ୍ବା ଶୀଘ୍ର ପଳେଇ ଯିବାକୁ ଚେଷ୍ଟା କରିଥାନ୍ତା କିନ୍ତୁ ସେସବୁ କରିଥିଲେ କୁକୁରଟି ସହଜରେ ତାକୁ ହତ୍ୟା କରିଥାନ୍ତା। ଏଠି କିନ୍ତୁ କୁକୁଡ଼ାଟି ବହୁତ ଚାଲାକ କାମ କରିଥିଲା। ସେ କୁକୁର ଆଗରେ ମୃତବତ ପଡି ରହିଲା ଏବଂ କୁକୁରଟି ତାକୁ ମୃତ ଭାବି ଛାଡି ଚାଲିଗଲା। କୁକୁରଟି ଯିବା ମାତ୍ରେ କୁକୁଡ଼ା ଜୀବନ ବିକଳରେ ଦୌଡିବାକୁ ଲାଗିଲା।

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories