www.samajalive.in
Sunday, December 7, 2025
26.1 C
Bhubaneswar

ଗହମ ରପ୍ତାନି ଉପରେ ରୋକ୍‌ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗହମ ରପ୍ତାନିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କିଛି ପଡୋଶୀ ଦେଶ ଓ ଗହମର ଜରୁରୀ ଆବଶ୍ୟକତାକୁ ନଜରରେ ରଖି କେନ୍ଦ୍ର ସରକାର ଗହମ ରପ୍ତାନି ଉପରେ ରୋକ୍‌ ଲଗାଇଛନ୍ତି । ସୂଚନା ଅନୁଯାୟୀ ଦେଶର ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାର ଏପରି ପଦକ୍ଷେପ ନେଇଛନ୍ତି । ଆହୁରି କୁହାଯାଇଛି କି ଭାରତ ସରକାରଙ୍କ ବିନା ଅନୁମତି ବିନା ବାହାରକୁ ଗହମ ଯାଇପାରିବ ନାହିଁ । ଆନ୍ତର୍ଜାତୀୟ ବଜାରରେ ଗହମର ଚାହିଦା ବଢ଼ୁଥିବା ବେଳେ ଗହମର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରଭାବ ଯୋଗୁ ବର୍ତ୍ତମାନ ଗହମର ଚାହିଦା ବଢ଼ିବାରେ ଲାଗିଛି । ଏମିତି କି ଗହମର ମୂଲ୍ୟ ୪୦% ବୃଦ୍ଧି ପାଉଥିବା କାରଣରୁ ଅନ୍ୟ ଦେଶ ଗୁଡ଼ିକ ଗହମକୁ ନେଇ ଚିନ୍ତାପ୍ରକଟ କଲେଣି । ତେଣୁ କେନ୍ଦ୍ର ସରକାର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଗହମ ରପ୍ତାନି ଉପରେ ରୋକ୍‌ ଲଗାଇଥିବା ଜଣାପଡ଼ିଛି । ଏହା ବ୍ୟତୀତ ଗହମ ଆବଶ୍ୟକ କରୁଥିବା ଦେଶ ଗୁଡ଼ିକ ପାଇଁ ସରକାରଙ୍କ ଏହି ନିଷ୍ପତ୍ତି କୋହଳ କରାଯିବ ବୋଲି କୁହାଯାଇଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories