ନୂଆ ଫିଚର; କେହି ଖୋଲି ପାରିବେନି ଆପଣଙ୍କ ହ୍ୱାଟସଆପ୍‍

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ବହୁ ସଂଖ୍ୟକ ଲୋକ ହ୍ୱାଟସଆପ୍‍ ବ୍ୟବହାର କରନ୍ତି । ଏଥିପାଇଁ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ସେବା ପ୍ରଦାନ କରିବାକୁ କମ୍ପାନୀ ପକ୍ଷରୁ ଗୋଟିଏ ପରେ ଗୋଟିଏ ନୂତନ ଫିଚର ଜାରି କରାଯାଉଛି । ଏହି କ୍ରମରେ ହ୍ୱାଟସଆପ୍‍ରେ ଏକ ଗୁରୁତ୍ୱପୂର୍ଣ୍ଣ ଫିଚର ଆସିବାକୁ ଯାଉଛି ଯାହା ଆପଣଙ୍କର ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବ । କମ୍ପାନୀ ଏହି ଫିଚର ବିଷୟରେ ନିକଟରେ ସୂଚନା ଜାରି କରିଥିଲା ଯାହା ପ୍ରୋଫାଇଲ ଫଟୋ ସ୍କ୍ରିନସଟ୍‍ ନେବା କ୍ଷମତାକୁ ଅବରୋଧ କରିଥିଲା । କିନ୍ତୁ କମ୍ପାନୀ ଏବେ ଏକ ଏପରି ଫିଚର ଉପରେ କାମ କରୁଛି ଯାହା ଆପଣଙ୍କୁ ଅଥେଣ୍ଟିକେସନ୍‍ ସାହାଯ୍ୟ କରିବ ।
ସୂଚନା ଅନୁସାରେ ହ୍ୱଟସଆପ୍‍ ଆପ୍ଲିକେସନକୁ ଅନଲକ କରିବାକୁ ଏକାଧିକ ପଦ୍ଧତି ପରୀକ୍ଷା କରୁଛି । ଏଥିରେ ଉପଭୋକ୍ତାମାନେ ଫିଙ୍ଗର ପ୍ରିଣ୍ଟ, ଡିଭାଇସ୍‍ ପାସୱାର୍ଡ ଏବଂ ଫେସିଆଲ୍‍ ଲକ୍‍ ମାଧ୍ୟମରେ ସୁରକ୍ଷା ପାଇବେ । ଯଦିଓ ଆପରେ ବ୍ଲକିଂ ଫିଚର ପୂର୍ବରୁ ରହିଛି, କିନ୍ତୁ କମ୍ପାନୀ ଏଥିରେ ଅଧିକ ପଦ୍ଧତି ଆଣିବାକୁ ଚେଷ୍ଟା କରୁଛି । ହ୍ୱାଟସଆପର ନୂଆ ଫିଚର ଅଥେଣ୍ଟିକେସନ୍‍ ଯୋଗ କରିବ, ଯାହା ଆପଣଙ୍କୁ କିପରି ସହଜରେ ଆପ ଅନଲକ୍‍ କରାଯିବ ତାହା ଦର୍ଶାଇବ । ଏହି ଫିଚର ଉପଭୋକ୍ତାମାନଙ୍କୁ ଅଧିକ ସୁରକ୍ଷା ଓ ସୁବିଧା ପ୍ରଦାନ କରିବ ।

Comments are closed.