ନୂଆଦିଲ୍ଲୀ: ପାକିସ୍ତାନରେ ମୁଦ୍ରାସ୍ପିତୀ ହାର ୩୨.୮୯ ପ୍ରତିଶତ ହାରରେ ପହଞ୍ଚିଥିବାରୁ ପାକିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କ ୨୨ ପ୍ରତିଶତ ସୁଧ ହାର ସ୍ଥିର ରଖିଛନ୍ତି। ୨୦୨୫ ସେପ୍ଟେମ୍ବର ସୁଦ୍ଧା ମୁଦ୍ରାସ୍ପିତୀ ହାରକୁ ୫ରୁ ୭ ପ୍ରତିଶତକୁ ହ୍ରାସ କରିବାକୁ ଏହି ପଦକ୍ଷେପ ନିଆଯାଇଥିବା କେନ୍ଦ୍ରୀୟ ବ୍ୟାଙ୍କ କହିଛି। ୨୦୨୫ ସେପ୍ଟେମ୍ବର ସୁଦ୍ଧା ମୁଦ୍ରାସ୍ପିତୀକୁ ୫ରୁ ୭ପ୍ରତିଶତ ସୀମାକୁ ଆଣିବା ପାଇଁ ବର୍ତ୍ତମାନର ଏହି ନିଷ୍ପତ୍ତି ଅପରିହାର୍ଯ୍ୟ। ସମ୍ବେଦନଶୀଳ ମୂଲ୍ୟ ସୂଚକାଙ୍କ(ଏସପିଆଇ) ଅନୁଯାୟୀ ନଗଦ ଅର୍ଥରାଶିରେ ସାପ୍ତାହିକ ମୁଦ୍ରାସ୍ପିତୀରେ ୧.୩୫ ପ୍ରତିଶତ ବୃଦ୍ଧି ଘଟିବା ପରେ ଏହା ଘଟିଛି।
Popular Categories



