www.samajalive.in
Saturday, December 6, 2025
23.1 C
Bhubaneswar

ହଜିଯାଇଥିବା ପୁଅକୁ ଫେରିପାଇଲେ ବାପା

ସମ୍ବଲପୁର: ସ୍ଥାନୀୟ ରେଲୱେ ଷ୍ଟେସନ ଫାଟକ ପାଖରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ବହୁ ଦୟନୀୟ ଅବସ୍ଥାରେ ବୁଲାବୁଲି କରୁଥିବାବେଳେ ଚେରୁଆପଡ଼ା ନିବାସୀ ଭକ୍ତ ବାଗ ଓ ହରି ପାଲ ତାଙ୍କୁ ଦେଖିଥିଲେ। ଉକ୍ତ ଯୁବକଙ୍କ ସହିତ କଥାବାର୍ତ୍ତା ହେବାରୁ ସେ ଛତିଶଗଡ଼ର ବୋଲି ଜାଣିବାକୁ ପାଇଥିଲେ। ଏଣୁ ଛତିଶଗଡ଼ର କିଛି ସମ୍ପର୍କୀୟଙ୍କ ସହିତ କଥା ହେବା ପରେ ଯୁବକଙ୍କ ଠିକଣା ପାଇଥିଲେ ଏବଂ ତାଙ୍କର ବାପା ସୋମବାର ସମ୍ବଲପୁର ଆସିବେ ବୋଲି କହିଥିଲେ। ଏଣୁ ଭକ୍ତ ବାଗ ଓ ହରି ପାଲ ଉଦ୍ଧାର କରିଥିବା ଯୁବକଙ୍କୁ ରାତିରେ ରଖିବା ପାଇଁ ସାମ୍ବାଦିକ ଶ୍ରବଣ ପତିଙ୍କ ସହିତ ଯୋଗାଯୋଗ କରିବାରୁ ସେ ସ୍ୱେଚ୍ଛାସେବୀ ରାମଦାସ ପଣ୍ଡାକୁ ସୂଚନା ଦେଇଥିଲେ। ଏଣୁ ରାମଦାସ ପଣ୍ଡା ଏକ ଅଟୋ ସାହାଯ୍ୟରେ ହୀରାକୁଦସ୍ଥିତ କଳ୍ପତରୁ ଆଶ୍ରମକୁ ନେଇ ସ୍ୱେଚ୍ଛାସେବୀ ବିପିନ ବିହାରୀ ପଣ୍ଡା ଏବଂ ଆଶ୍ରମର ଅନ୍ତେବାସୀଙ୍କ ସହାୟତାରେ ଉଦ୍ଧାର ହୋଇଥିବା ଯୁବକଙ୍କୁ ରଖିଥିଲେ। ସୋମବାର ସକାଳୁ ଯୁବକଙ୍କ ପିତା ଅଭିମନ୍ୟୁ ତାଣ୍ଡ ସମ୍ବଲପୁର ଆସି ପହଞ୍ଚିବା ପରେ ସେ ଆଦର୍ଶ ନଗର, ପାହାଡି ଛକ, ଗୁଡିହାରୀ, ରାୟପୁର, ଛତିଶଗଡ଼ର ନିବାସୀ ବୋଲି ଆବଶ୍ୟକୀୟ ପରିଚୟ ପ୍ରମାଣ ପ୍ରଦାନ କରିଥିଲେ। ଗତ ୧୧ ତାରିଖରୁ ପୁତ୍ର ନିଖୋଜ ଥିବାର ଅଭିମନ୍ୟୁ କହିଥିଲେ। ଏହାପରେ ଉଦ୍ଧାର କରାଯାଇଥିବା ଯୁବକଙ୍କୁ ତାଙ୍କର ପିତାଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ରାମଦାସ ପଣ୍ଡା, ଭକ୍ତ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories