www.samajalive.in
Monday, December 15, 2025
27.1 C
Bhubaneswar

ଭାରତକୁ ନେଇ କ’ଣ କହିଲେ କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ…

ସମାଜ ଡିଜିଟାଲ ଡେସ୍କ: କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ମାର୍କ କାର୍ନି। ସେ ଦେଶର କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବି ରହିଆସିଛନ୍ତି। ଗତ ମଙ୍ଗଳବାର ତାଙ୍କୁ ଶାସକ ଲିବେରାଲ ପାର୍ଟିର ନେତା ଭାବେ ଚୟନ କରାଯାଇଛି। ଏଥିପାଇଁ ହୋଇଥିବା ନିର୍ବାଚନରେ ତାଙ୍କୁ ୮୬ ପ୍ରତିଶତ ଭୋଟ ମିଳିଛି। ଜଷ୍ଟିନ ଟ୍ରୁଡୋଙ୍କ ଯୋଗୁ ଭାରତ-କାନାଡ଼ା ସମ୍ପର୍କ ସମ୍ପୂର୍ଣ୍ଣ ରୂପେ ବିଗିଡ଼ି ଯାଇଛି। ତେବେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ସମ୍ଭାଳୁଥିବା କାର୍ନି ଭାରତ ପ୍ରତି କି ପ୍ରକାର ଚିନ୍ତାଧାର ରଖୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ନିର୍ବାଚନରେ ବିଜୟୀ ପରେ ସେ ଭାରତକୁ ନେଇ ମନ୍ତବ୍ୟ ମଧ୍ୟ ଦେଇଛନ୍ତି, ଯେଉଁଥିରେ ତାଙ୍କ ମନୋଭାବ ସକାରାତ୍ମକ ରହିଥିବା ଜଣାପଡ଼ୁଛି।

କାର୍ନି ଟ୍ରୁଡୋଙ୍କ ବିରୋଧରେ ମନ୍ତବ୍ୟ ଦେଇ କହିଛନ୍ତି, ସେ ଦାୟିତ୍ଵ ନେବା ପରେ ଭାରତ ସହିତ ସମ୍ପର୍କ ସୁଧାରିବା ଦିଗରେ କାର୍ଯ୍ୟ କରିବେ। ଯଦି ସୁଯୋଗ ମିଳେ, ତେବେ ସେ ଦୁଇ ଦେଶର ସମ୍ପର୍କକୁ ସୁଧାରି ଉଚିତ ମାର୍ଗକୁ ଆଣିବେ। କାନାଡ଼ା ପରି ବିଚାରଧାରା ରଖୁଥିବା ଦେଶଗୁଡ଼ିକ ସହିତ ସେ ବାଣିଜ୍ୟିକ ସମ୍ପର୍କ ସୁଦୃଢ଼ କରିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟିକ ଯୁଦ୍ଧର ଚାପ ସମ୍ପର୍କରେ କାର୍ନି କହିଛନ୍ତି, ଭାରତ ସହିତ ସମ୍ପର୍କକୁ ପୁନର୍ବାର ସୁଦୃଢ଼ କରିବାର ଅବସର ମିଳିଛି। ସେ ଯଦି ପୂର୍ବରୁ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ, ତେବେ ଏହି ସୁଯୋଗ ହରାଇ ନ ଥାଆନ୍ତେ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories