www.samajalive.in
Monday, December 15, 2025
15.1 C
Bhubaneswar

ୱେଷ୍ଟର୍ଣ୍ଣ ଡେଡିକେଟେଡ୍‍ ଫ୍ରେଟ୍‍ କରିଡ଼ରର ନ୍ୟୁ ରେୱାରୀ-ନ୍ୟୁ ମଦାର ଭାଗକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୱେଷ୍ଟର୍ଣ୍ଣ ଡେଡିକେଟେଡ୍‍ ଫ୍ରେଟ୍‍ କରିଡ଼ରର ନ୍ୟୁ ରେୱାରୀ-ନ୍ୟୁ ମଦାର ସେକ୍‍ସନ୍‍କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍‍ ମୋଡରେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ। ନ୍ୟୁ ରେୱାରୀ-ନ୍ୟୁ ମଦାର୍‍ ସେକ୍‍ସନ୍‍ ୩୦୬ କିଲୋମିଟର ଦୀର୍ଘ, ଯେଉଁଥିରେ ୭୯କିଲୋମିଟର ରେଳପଥ ରହିଛି।

ହରିଆଣାରେ ଅବସ୍ଥିତ ୱେଷ୍ଟର୍ଣ୍ଣ ଡେଡିକେଟେଡ୍‍ ଫ୍ରେଟ୍‍ କରିଡ଼ରରେ ଥିବା ୨୨୭ କିଲୋମିଟର ଲମ୍ବ ରାସ୍ତା ରାଜସ୍ଥାନର ଜୟପୁର, ଆଜମେର୍‍, ସିକର୍‍, ନାଗାଉର ଏବଂ ଅଲୱର୍‍ ଜିଲ୍ଲାରେ ଅଛି। ଏଥିରେ ୯ଟି ଡି.ଏଫ୍‍.ସି. ଷ୍ଟେସନ୍‍ ଏବଂ ୬ଟି କ୍ରସିଂ ଷ୍ଟେସନ୍‍ ରହିଛି। ଏହା କାର୍ଯ୍ୟକ୍ଷମ ହେବା ଫଳରେ ରାଜସ୍ଥାନ ଓ ହରିଆଣାର ରେୱାରୀ, ମାଣେସର, ନରନାଉଲ, ଫୁଲେରା ଏବଂ କିଶନଗଡ଼ ଅଞ୍ଚଳର ଶିଳ୍ପସଂସ୍ଥା ଗୁଡ଼ିକ ବିଶେଷ ଉପକୃତ ହେବେ। ଅନ୍ୟ ପକ୍ଷରେ ଏହା ପଶ୍ଚିମ ଉପକୂଳର ୪ଟି ବନ୍ଦର ସହ ନିରନ୍ତର ଯୋଗାଯୋଗ ସୁବିଧା ଯୋଗାଇ ଦେବ।

- Advertisement -

ଆସନ୍ତାକାଲି ମଧ୍ୟ ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରଥମ ଦୁଇଥାକିଆ ଲଙ୍ଗ୍‍ ହାଉଲ୍‍ କଣ୍ଟେନର ଟ୍ରେନ୍‍ ଚଳାଚଳର ଶୁଭାରମ୍ଭ କରିବେ। ଦେଢ଼ କିଲୋମିଟର ଲମ୍ବ ବିଶିଷ୍ଟ ଏହି ଟ୍ରେନ୍‍କୁ ଉଚ୍ଚ ଶକ୍ତିସମ୍ପନ୍ନ ବିଜୁଳି ଇଞ୍ଜିନ୍‍ ଦ୍ୱାରା କାର୍ଯ୍ୟକ୍ଷମ କରାଯିବ। ଏହି ଟ୍ରେନରେ ୫୯ରୁ ଅଧିକ ୱାଗନ୍‍ ଖଞ୍ଜାଯାଇଛି। ଏହି କଣ୍ଟେନର୍‍ ସେବା ଆରମ୍ଭ ହେବା ଫଳରେ ପ୍ରତ୍ୟେକ ୱାଗନ୍‍ର ସର୍ବାଧିକ ବୋଝେଇ ପରିମାଣ ୨୫ ଟନ୍‍କୁ ବୃଦ୍ଧି ପାଇବ। ଅନ୍ୟ ପକ୍ଷରେ ୱେଷ୍ଟର୍ଣ୍ଣ ଡେଡିକେଟେଡ୍‍ ଫ୍ରେଟ୍‍ କରିଡ଼ରରେ ବର୍ତ୍ତମାନ ଚଳାଚଳ କରୁଥିବା ମାଲଗାଡ଼ି ଠାରୁ ୪ ଗୁଣ ଅଧିକ ସାମଗ୍ରୀ ପରିବହନ କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories