ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଦାବି

0

କଲକାତା : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି । ବାବୁଲ ସୁପ୍ରିୟୋ ମମତା ବାନାର୍ଜୀଙ୍କ ତୃଣମୁଳ କଂଗ୍ରେସ (ଟିଏମ୍‌ସି)କୁ ଲଜ୍ୟାହୀନ ବୋଲି କହିଛନ୍ତି । ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ଘଟିଥିବାବେଳେ ଟିଏମ୍‌ସି ସାମ୍ବିଧାନିକ ପ୍ରକ୍ରିୟାର ଅନୁପାଳନ କରିବ ବୋଲି ଆଶା କରାଯାଇପାରିବ ନାହିଁ। ତେଣୁ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରୁଛି ବୋଲି ଆସାନସୋଲ ସାଂସଦ ବାବୁଲ ସୁପ୍ରିୟୋ କହିଛନ୍ତି । ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗ ଏକ ଋଣକ୍ଷେତ୍ରରେ ପରିଣତ ହୋଇଛି । ଏହି ହିଂସାକାଣ୍ଡରେ ଅନ୍ୟୁନ ୨୦ ଜଣଙ୍କ ପ୍ରାଣହାନି ଘଟିଛି, ଅନେକ ଗାଡ଼ି ମୋଟର ଜାଳି ଦିଆଯାଇଛି ଓ ବହୁ ଧନସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ଅଧିକାଂଶ ହିଂସାକାଣ୍ଡରେ ଟିଏମ୍‌ସି ନେତା ଓ କର୍ମୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।

Leave A Reply