www.samajalive.in
Sunday, December 14, 2025
16.1 C
Bhubaneswar

ଜୟ ଶ୍ରୀରାମ ସ୍ଲୋଗାନକୁ ନେଇ ବିଜେପି-ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ, ୨ ଆହତ

କଲକାତା : ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ସ୍ଲୋଗାନକୁ ନେଇ ଗୁରୁବାର ତୃଣ ମୂଳ କଂଗ୍ରେସ (ଟିଏମସି) ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ୍‍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।
ସୂଚନା ଅନୁସାରେ ହୁଗୁଳିସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବାଥନଗୋରା ଆଶପାରା ଗ୍ରାମର ବିଜେପି କାର୍ଯ୍ୟକର୍ତ୍ତା ସାଧୋନ ବାଉଲ ଅଭିଯୋଗ କରିଛନ୍ତି ଯେ ଜୟ ଶ୍ରୀରାମ ସ୍ଲୋଗାନ ଦେବାରୁ ଟିଏମସି କର୍ମୀ ତାଙ୍କୁ ମାଡ଼ ମାରିଥିଲେ। ଏହାପରେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ୍‍ ପହଞ୍ଚିବା ପରେ ଉତ୍ତ୍ୟକ୍ତ କର୍ମୀମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଉତ୍ତ୍ୟକ୍ତ କର୍ମୀମାନେ ପୁଲିସ୍‍କୁ ମଧ୍ୟ ଆକ୍ରମଣ କରିଥିଲେ। ସଂଘର୍ଷ ମଧ୍ୟରେ ଜଣେ ଲୋକଙ୍କ ଛାତିରେ ଗୁଳି ବାଜିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳି ଚଳାଇଥିବା ଲୋକକୁ ଚିହ୍ନଟ କରିବାକୁ ପୁଲିସ୍‍ ପ୍ରୟାସ ଚଳାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories