ଡେସ୍କ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡି ଆଜି ପଶ୍ଚିମବଙ୍ଗ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନାଙ୍କୁ ପଚରାଉଚୁରା ପାଇଁ ଡ଼କାଇଥିଲା। ନିକଟରେ ଇଡି ବୀରଭୂମ ଜିଲ୍ଲାର ବୋଲପୁରସ୍ଥିତ ମନ୍ତ୍ରୀଙ୍କ ବାସଭବନରେ ଚଢ଼ାଉ କରି ଶିକ୍ଷକ ନିଯୁକ୍ତି ଦୁର୍ନୀତି ସମ୍ପର୍କରେ ପଚରାଉଚରା କରିଥିଲା। ଇଡି ବିଭିନ୍ନ କାଗଜପତ୍ର, ମୋବାଇଲ ଫୋନ୍ ଏବଂ ନଗଦ ୪୧ ଲକ୍ଷ ଟଙ୍କା ଜବତ କରିଛି।
ନାରଦା ଷ୍ଟିଂ ଅପରେସନ ମାମଲାରେ ସିବିଆଇ ଆଜି ମାଥ୍ୟୁ ସାମୁସଙ୍କୁ ନୋଟିସ୍ ଜାରି କରିଛି। ଏପ୍ରିଲ ୪ ତାରିଖରେ କୋଲକାତାର ନିଜାମ ପ୍ୟାଲେସ କାର୍ଯ୍ୟାଳୟରେ ସିବିଆଇ ନିକଟରେ ହାଜର ହେବାକୁ ମାଥ୍ୟୁ ସାମୁସଙ୍କୁ କୁହାଯାଇଛି। ଏହି ଷ୍ଟିଂ ଅପରେସନ୍ ସହ ଜଡ଼ିତ ଭିଡିଓରେ ଶାସକ ତୃଣମୂଳ କଂଗ୍ରେସର ବିଭିନ୍ନ ବରିଷ୍ଠ ନେତା ନଗଦ ଟଙ୍କା ନେଉଥିବା ଦେଖିବାକୁ ମିଳିଛି।



