www.samajalive.in
Sunday, December 7, 2025
26.1 C
Bhubaneswar

ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଜାରି, ଉତ୍ତର ୨୪ ପର୍ଗଣାରେ ବୋମା ଓ ଗୁଳି ମାଡ଼ରେ ୨ ମୃତ

କଲକାତା : ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସକାଣ୍ଡ ଜାରି ରହିଛି। ଏହି କ୍ରମରେ ଉତ୍ତର ୨୪ ପର୍ଗଣାରେ ଗୁରୁବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ସଂଘର୍ଷ ବେଳେ ଗୁଳିକାଣ୍ଡ ଓ ବୋମା ମାଡ଼ ହୋଇଛି। ଘଟଣାସ୍ଥଳରେ ପୁଲିସ୍‍ ପହଞ୍ଚି ଲାଠି ଚାର୍ଜ ଓ ଲୁହ ବୁହା ଗ୍ୟାସ ମାଡ଼ କରିଛି। ଏପର୍ଯ୍ୟନ୍ତ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ୍‍ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦେଶ ଅନୁସାରେ ଜିଲାପାଳ ସ୍ଥିତି ଉପରେ ନଜର ରଖିଛନ୍ତି।
ପ୍ରକାଶ ଯେ ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଜାରି ରହିଛି। ପୁଲିସ୍‍ ସୂଚନା ଅନୁସାରେ ଉତ୍ତର ୨୪ ପର୍ଗଣା ଜିଲା ବାରାକପୁର ଲୋକସଭା ଅଞ୍ଚଳ ଅନ୍ତର୍ଗତ ଭାଟପାରା ଥାନା ଅଧୀନ କାଙ୍କିନାରା ବଜାରରେ କେତେକ ଦୁର୍ବୃତ୍ତ ବୋମା ଓ ଗୁଳି ମାଡ଼ କରିଥିଲେ। ଏଥିରେ ଜଣେ ନାବାଳକ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗୁଳି ମାଡ଼ରେ ମୃତ ନାବଳକର ନାମ ରାମ ବାବୁ ଶା’ ଓ ତାର ବୟସ ୧୭ ବର୍ଷ ବୋଲି ଜାଣିବାକୁ ମିଳିଛି। ଆହତଙ୍କୁ ବାରାକପୁରର ବିଏନ୍‍ ବୋଷ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ ଭାଟପାରା ଟିଏମସି ବିଧାୟକ ଅର୍ଜୁନ ସିଂହ ଦଳ ତ୍ୟାଗ କରି ବିଜେପିରେ ଯୋଗଦେବା ପରେ ବାରକପୁର ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି। କୁହାଯାଉଛି ହିଂସା ଘଟିଥିବା ସ୍ଥାନରେ ପଶ୍ଚିମବଙ୍ଗ ଡିଜିପି ବୀରେନ୍ଦ୍ରଙ୍କ ଦ୍ୱାରା ଭାଟପାରା ପୁଲିସ୍‍ ଥାନାର ଉଦ୍‍ଘାଟନ ହେବାର ଥିଲା। ମଙ୍ଗଳବାର କୁଚବିହାର ଜିଲାରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଏହାପରଠାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories