ହୁଗୁଳି ନାଳରୁ ମିଳିଲା ବିଜେପି ନେତାଙ୍କ ଶବ

କଲକାତା : ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଥମିବାର ନାମ ନେଉନାହିଁ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ବିଜେପି ନେତାଙ୍କ ହତ୍ୟା ହେଉଛି। ଏହି କ୍ରମରେ ରବିବାର ହୁଗୁଳି ଜିଲା ଗାୟଘାଟର ଏକ ନାଳରୁ ବିଜେପି ନେତା କାଶୀନାଥ ଘୋଷଙ୍କ ଶବ ମିଳିଛି।
କାଶୀନାଥଙ୍କୁ ଟିଏମସି ନେତା ଲାଲଚାନ୍ଦ ବାଗ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଟିଏମସି ଏହି ଅଭିଯୋଗକୁ ଖଣ୍ଡନ କରିଛି। ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ଟିଏମସି ପକ୍ଷରୁ କୁହାଯାଇଛି। ବିଜେପି ପକ୍ଷରୁ କୁହାଯାଇଛି ଯେ କାଶୀନାଥ ଘୋଷ ପାର୍ଟିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ ଓ ଖୁବ ଲୋକପ୍ରିୟ ଥିଲେ। ତାଙ୍କ ହତ୍ୟା ପଛରେ ଟିଏମସିର ହାତ ରହିଛି।

kalyan agarbati

Comments are closed.