www.samajalive.in
Monday, December 15, 2025
17.1 C
Bhubaneswar

ବିଜେପି ଯୁବମୋର୍ଚ୍ଚା ନେତାଙ୍କୁ ସ୍ୱାଗତ

ଆଠଗଡ :  ଆଠଗଡ ବିଜେପି ପକ୍ଷରୁ ଏହି ରାସ୍ତା ଦେଇ ଝାରସୁଗୁଡା ନିର୍ବାଚନ ପ୍ରଚାରରେ ଯାଉଥିବା ବିଜେପି ଯୁବମୋର୍ଚ୍ଚା ରାଜ୍ୟସ୍ତରୀୟ ନେତାଙ୍କୁ ସ୍ୱାଗତ କରାଯାଇଥିଲା । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ରାଜ୍ୟ ସଂଯୋଜକ ଭକ୍ତବତ୍ସଳ ବସ୍ତିଆ, କଟକ ଜିଲ୍ଲା ସଂପାଦକ ରଞ୍ଜିିତ୍‌‌ ଭାଇ ଓ ଯୁବନେତା ରଞ୍ଜନ ମହାନ୍ତି ପ୍ରମୁଖଙ୍କୁ ଆଠଗଡ ବିଜେପି ଏବଂ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଚାନ୍ଦବାଲିଛକ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସେମାନଙ୍କୁ ଗାନ୍ଧିମାର୍ଗସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ନିକଟରେ ରାଜ୍ୟରେ ଅନ୍ୟାୟ ଅନୀତି ବିରୋଧରେ ସଂଗ୍ରାମ କରି ଏହି ଯୁବନେତାମାନେ ସରକାରଙ୍କର ଆକ୍ରୋଷର ଶିକାର ହୋଇ ୫୩ ଦିନ କାରାବରଣ କରିଥିଲେ। ରାଜ୍ୟ ସଭାପତି ଶ୍ରୀ ଆଚାର୍ଯ୍ୟ ଓ ଅନ୍ୟ ଯୁବମୋର୍ଚ୍ଚା ନେତା ଆଠଗଡରେ ଦଳର ସଂଗଠନକୁ ସୁଦୃଢ କରିବା ଏବଂ ତୃଣମୂଳସ୍ତରରେ ସଂଗଠନକୁ ମଜବୁତ୍‌‌ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଠଗଡ ବିଜେପି ଯୁବମୋର୍ଚ୍ଚା ନେତା ତପନ ଲେଙ୍କା, ବିଚିତ୍ରାନନ୍ଦ ଜେନା, ବରିଷ୍ଠ ନେତା ହେମନ୍ତ କୁମାର ମହାନ୍ତି, ମିଥୁନ ମଲ୍ଲିକ, ସନ୍ତୋଷ ରାଉତ, ନିର୍ମଳ ପତ୍ରି, ହେମମଞ୍ଜରୀ ଭଞ୍ଜଦେଓ, ପ୍ରକାଶ କୁମାର ସେଠୀ, ପ୍ରଦୀପ୍ତ ସାମଲ, ବିବେକାନନ୍ଦ ସାହୁଙ୍କ ସମେତ ଯୁବମୋର୍ଚ୍ଚାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories