www.samajalive.in
Monday, December 15, 2025
27.1 C
Bhubaneswar

ଦର୍ଶକଙ୍କ ମନ ମୋହିଲା ପ୍ରଥମ ଓଡିଆ ମ୍ୟୁଜିକାଲ ପ୍ଲେ ‘ଦେବଦାସ’

ଡେସ୍କ: ପ୍ରଥମ ଥର ପାଇଁ ଓଡିଆରେ ମଞ୍ଚସ୍ଥ ହେଲା ମ୍ୟୁଜିକାଲ ପ୍ଲେ ‘ଦେବଦାସ’। ଅରୋମିରା ଏଣ୍ଟରଟେନମେଣ୍ଟ ଓ ଆମରା ମ୍ୟୁଜିକ ସହଭାଗିତାରେ ଆଣିଲା ସମ୍ପୂର୍ଣ୍ଣ ଓଡିଆରେ ଏହି କାଳଜୟୀ ପ୍ରେମ ଗାଥା ଯାହା ଦର୍ଶକ ରବୀନ୍ଦ୍ର ମଣ୍ଡପରେ ଉପଭୋଗ କରିଥିଲେ। ଦେବଦାସ ଛୋଟରାୟଙ୍କ ଦ୍ୱାରା ଲିଖିତ ଓ ଦେବ୍ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଶାର ଏହି ପ୍ରଥମ ମ୍ୟୁଜିକାଲ୍ ପ୍ଲେ, ‘ଦେବଦାସ’ର ମୁଖ୍ୟ ଭୂମିକା ବା ଦେବଦାସ ହୋଇଥିଲେ ରାଣୋ ଜୟ, ପାରୋ ଭୂମିକାରେ ସିନେ ନାୟିକା ଶୀତଲ ଏବଂ ଚନ୍ଦ୍ରମୁଖୀ ଭୂମିକାରେ ଅଭିନେତ୍ରୀ ବୈଶାଳୀ ଅଭିନୟ କରିଥିଲେ। ନାଟକ ‘ଆହେ ନୀଳ ଶୈଳ’, ‘ନବକଳେବର’, ‘ବୟସର ଅନ୍ତେ’ର ସଫଳତା ପରେ ମଲ୍ଟି ସିନେ ଷ୍ଟାରଙ୍କୁ ନେଇ ପ୍ରଥମ ଥର ରବୀନ୍ଦ୍ର ମଣ୍ଡପ ଠାରେ ଏହି ମ୍ୟୁଜିକାଲ ପ୍ଲେ ‘ଦେବଦାସ’ ପ୍ରଦର୍ଶିତ ହୋଇଥିଲା।

‘ଦେବଦାସ’ ମ୍ୟୁଜିକାଲ ପ୍ଲେ ରଚନା କରିଥିଲେ ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ। ଓମ୍ ପ୍ରକାଶ ମହାନ୍ତିଙ୍କ ଦ୍ୱାରା ସଙ୍ଗୀତ ସଂଯୋଜନା ହୋଇଥିଲା। ସୁସ୍ମିତା ଦାସ, ଅରବିନ୍ଦ ଦତ୍ତ ଓ ଦେବସ୍ମିତା ମିଶ୍ର କଣ୍ଠଦାନ କରିଥିବା ୧୦ଟି ସଙ୍ଗୀତକୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ ସେଠୀ। ଦେଢ଼ ଘଣ୍ଟାର ଏହି ମ୍ୟୁଜିକାଲ୍ ପ୍ଲେରେ ଅଭିନେତ୍ରୀ ଶୀତଲ ପାତ୍ର ଏବଂ ବୈଶାଳୀଙ୍କ ଜୀବନ୍ତ ନୃତ୍ୟାଭିନୟ ଦେଖି ଦର୍ଶକ ବିମୁଗ୍ଧ ହୋଇଥିଲେ। ପ୍ରତିଟି ଗୀତର ଶେଷରେ ତାଳିରେ କମ୍ପି ଉଠୁଥିଲା ମଣ୍ଡପ। ୯୦ ମିନିଟ୍ ଅବଧିର ଏହି ମଲ୍ଟି ଷ୍ଟାର ମ୍ୟୁଜିକାଲ୍ ପ୍ଲେରେ ଦେଖିବାକୁ ମିଳିଥିଲା ପ୍ରକୃତ ଦେବଦାସଙ୍କ ଚନ୍ଦ୍ରମୁଖୀ ଏବଂ ପାରୋ ସହିତ ଘଟିଥିବା ପ୍ରେମ କାହାଣୀ। ଏହି ମ୍ୟୁଜିକାଲ ପ୍ଲେ ରଚନା କରିବାକୁ ପ୍ରାୟ ୫ ବର୍ଷ ସମୟ ନେଇଥିଲେ ବୋଲି ଗୀତିକାର ଦେବଦାସ ଛୋଟରାୟ କହିଥିଲେ।

- Advertisement -

ଭାରତୀୟ ସିନେମାରେ ‘ଦେବଦାସ’ର ଅନେକ ସଂସ୍କରଣ ଦେଖିଛନ୍ତି, ତଥାପି ଉପନ୍ୟାସରେ ଅନେକ କିଛି ଅଛି ଯାହା ଦର୍ଶକଙ୍କୁ ସବୁବେଳେ ‘ଦେବଦାସ’ ସହ ଯୋଡି ରଖିଥାଏ। ‘ଦେବଦାସ’ର ଷ୍ଟେଜ୍ ମ୍ୟୁଜିକାଲ୍ ସଂସ୍କରଣ ପୂର୍ବରୁ କେବେ ଦେଖାଯାଇ ନଥିଲା ତେଣୁ ରବୀନ୍ଦ୍ର ମଣ୍ଡପଠାରେ ସିନେ ତାରକାଙ୍କ ଏହି ପ୍ରଦର୍ଶନ ଦର୍ଶକଙ୍କ ମନକୁ ବେଶ ଛୁଇଁଛି ଏବଂ ଏହା ଏକ ନୂଆ ଇତିହାସ ସୃଷ୍ଟି କରିଛି ବୋଲି ଅନେକ ନାଟକ ସମୀକ୍ଷକ ମତ ଦେଇଥିଲେ।

ନିର୍ଦ୍ଦେଶକ ଦେବ୍ ମେହେର କହିଥିଲେ, ‘ଦେବଦାସ’ ସମସ୍ତ ପ୍ରେମ କାହାଣୀର ମା’ ସଦୃଶ। ଏହି କାହାଣୀ ଏକ ଶହ ବର୍ଷରୁ ଅଧିକ ସମୟ ଧରି ନିଜକୁ ବଜାୟ ରଖିଛି ଏବଂ କାହାଣୀରେ ଅନ୍ତଃର୍ନିହିତ କବିତା ଏବଂ ନାଟକ ପାଇଁ ବିଭିନ୍ନ ଭାଷାଗୁଡ଼ିକ ମଧ୍ୟରେ ସିନେମା ପାଇଁ ଅନୁକୂଳ ହୋଇଛି। ବର୍ତ୍ତମାନ ପ୍ରଥମ ଥର ପାଇଁ ମଞ୍ଚରେ ଏହା ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ସୃଜନଶୀଳତାର ଏକ ନୂଆ ଅଭିଜ୍ଞତା ଦେଇଛି।

ରବୀନ୍ଦ୍ର ମଣ୍ଡପର ଚିତ୍ତାକର୍ଷକ ସେଟ୍, ଆତ୍ମାକୁ ଛୁଇଁଲା ପରି ମେଲୋଡି, ଚମତ୍କାର ନୃତ୍ୟ ଏବଂ ଜୀବନ୍ତ ପ୍ରଦର୍ଶନ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା। ଆଗରୁ ଆମେ ଅନେକ ପୌରାଣିକ ଚରିତ୍ରକୁ ନେଇ ଗୀତିନାଟ୍ୟ ଦେଖୁଥିଲୁ, ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ଆମେ ମ୍ୟୁଜିକାଲ ପ୍ଲେ ଦର୍ଶକଙ୍କ ମନରେ ନୂଆ ଆଶା ସଞ୍ଚରିତ କରିବ ବୋଲି ମିଡ଼ିଆ ପ୍ଲାନରର ମୁଖ୍ୟ ପ୍ରଣୟ ଜେଠୀ ମତବ୍ୟକ୍ତ କରିବା ସହିତ ସମସ୍ତ ଦର୍ଶକ ତଥା ମିଡ଼ିଆ ବନ୍ଧୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories