BJD Bijuli 480×75 Mob

ଅମିତ, ବୀରେନ୍ଦ୍ର, ଦୀପ୍‌ଗ୍ରେସ, ନମିତାଙ୍କୁ ଭବ୍ୟ ସ୍ବାଗତ

BJD Bijuli 480×75 Mob

କଟକ: ଅଲିମ୍ପିକ୍‌ସ ପଦକ ଧରି ଓଡ଼ିଶା ଫେରିଛନ୍ତି ଓଡ଼ିଆ ହକି ତାରକା। ଟୋକିଓ ଅଲିମ୍ପିକ୍‌ସରେ ସ୍ମରଣୀୟ ତଥା ଐତିହାସିକ ପ୍ରଦର୍ଶନ କରିବା ପରେ ଓଡ଼ିଆ ହକି ଖେଳାଳିମାନେ ଘରକୁ ବାହୁଡିଛନ୍ତି। ମଙ୍ଗଳବାର ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଖେଳାଳିମାନଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। କାଂସ୍ୟ ପଦକ ବିଜୟୀ ପୁରୁଷ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ ଓ ମଧ୍ୟଭାଗ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ସମେତ ମହିଳା ଦଳର ସଦସ୍ୟା ଦୀପ୍‌ଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବ‌ା ବିଭାଗ ଓ ହକିପ୍ରେମୀମାନଙ୍କ ପକ୍ଷରୁ ଖେଳାଳିମାନଙ୍କୁ ସ୍ବାଗତ କରାଯାଇଥିଲା।

ରାଜ୍ୟ କ୍ରୀଡ଼ା ଓ ଟୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା, ଅଲିମ୍ପିଆନ ପଦ୍ମଶ୍ରୀ ଦିଲୀପ ତିର୍କୀ, ଓଓଏ ସମ୍ପାଦକ ଅଭିଜିତ୍‌ ପାଲଙ୍କ ସମେତ ପ୍ରମୁଖ ୪ ଓଡ଼ିଆ ହକି ଖେଳାଳିଙ୍କୁ ସ୍ବାଗତ କରିବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହାଛଡ଼ା ସୁନ୍ଦରଗଡ ସମେତ ରାଜ୍ୟର ଏକାଧିକ ପୁରୁଷ ଓ ମହିଳା ହକିପ୍ରେମୀ, ପ୍ରଶଂସକ, ପୂର୍ବତନ ହକି ଖେଳାଳି ମଧ୍ୟ ହକି ତାରକାଙ୍କୁ ସ୍ବାଗତ କରିଥିଲେ।

Comments are closed.