www.samajalive.in
Monday, December 15, 2025
17.1 C
Bhubaneswar

ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି : ଅହିଂସା ରଥକୁ କଣ୍ଟାମାଳ ବ୍ଲକରେ ଭବ୍ୟ ସମ୍ବର୍ଦ୍ଧନା

ଘଣ୍ଟାପଡା : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସାକୁ  ଦ୍ଵିତୀୟ ଦିବସରେ କଣ୍ଟାମାଳ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ବୌଦ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ବାହାରି ଅହିଂସା ରଥ-୧ ମନମୁଣ୍ଡା, ୫-ଟି ବିଦ୍ୟାଳୟ, ମିଳିତ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ, ପଲସାଗୋରା, କଣ୍ଟାମାଳ ପଂଚାୟତ ସମିତି କାର୍ଯ୍ୟାଳୟ ପରିସର, ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ, ଘଣ୍ଟାପଡା, ଉଚ୍ଚ ବିଦ୍ୟାଳୟ, ଆମ୍ବଗାଁ ଏବଂ ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୂଆପାଲି ଅଭିମୁଖେ ଯାତ୍ରା କରିଥିଲା। ରୁଟଚାର୍ଟ ଆନୁଯାୟୀ ଏହି ସ୍ଥାନ ଗୁଡିକରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟ ଯୋଗଦାନ ପୂର୍ବକ ସାଦର ସ୍ୱାଗତ ସହ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ  ବିଦ୍ୟାଳୟ, ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଞ୍ଚାୟତୀ ରାଜ ଅନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ ଗୁଡିକ, ସାମାଜିକ ଅନୁଷ୍ଠାନ, ଜନପ୍ରତିନିଧି, ଜିଲ୍ଲାପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ,  କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ସସ୍ମିତା ସେନାପତି, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ବ୍ଲକ ଉପାଧକ୍ଷ ମହିନ୍ଦ୍ର ରଣା, ଅମ୍ବଗାଁ ସରପଞ୍ଚ ପ୍ରତିମା ରଣା, ଘଣ୍ଟାପଡା ସରପଞ୍ଚ ରୀତା କହଁର, ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିବାବେଳେ ଏହି କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବାଲିଆରସିଂହ ଓ  ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଦିବ୍ୟଶଙ୍କର  ରାଉତ, ବ୍ଲକ ସଂଯୋଜକ ସତ୍ୟନାରାୟଣ ରଣା, ବିନାୟକ ସେଠି ପ୍ରମୁଖ ପରିଚାଳନା କରିଥିଲେ। ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପୂର୍ବକ ଦେଶତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଦେଶଭକ୍ତି ଚଳଚିତ୍ର ପରିବେଷଣ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories