www.samajalive.in
Saturday, December 6, 2025
23.1 C
Bhubaneswar

ଓଜନ ହ୍ରାସ ପାଇଁ ତିନିଟି ସରଳ ଉପାୟ

ବର୍ତ୍ତମାନର ଜୀବନଶୈଳୀ ଓ ଭୁଲ ଖାଦ୍ୟ ପେୟ କାରଣରୁ ଓଜନ ବୃଦ୍ଧି ହୋଇଥାଏ। ଅଧିକାଂଶ ସମୟରେ ମୋଟାପଣ ବହୁ ବଡ ବଡ ରୋଗର କାରଣ ପାଲଟିଥାଏ। ଓଜନ ହ୍ରାସ ପାଇଁ ଅନେକ ଲୋକେ ଭିନ୍ନ ଡାଏଟ ଆପଣାଇବା ସହ କିଛି କିଛି ବ୍ୟାୟାମର ସାହାର। ମଧ୍ୟ ନେଇଥାଆନ୍ତି। ଓଜନ ହ୍ରାସ ପାଇଁ ଆପଣ କିଛି ସହଜ ଉପାୟ ଆପଣାଇ ପାରିବେ। କିଛି ପାନୀୟ ନିଜ ଦୈନନ୍ଦିନ ଜୀବନରେ ସାମିଲ କରି। ଜାଣନ୍ତୁ….
ଓଜନ ହ୍ରାସ ପାଇଁ ଜିରା ପାଣି ଏକ ଉତ୍ତମ ଉପାୟ। ନିୟମିତ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।
ରାତିରେ ଏକ ଗ୍ଲାସ ପାଣିରେ ଏକ ଚାମଚ ଜିରା ବତୁରାଇ ଦିଅନ୍ତୁ। ସକାଳେ ଉଠି ଖାଲି ପେଟରେ ଏହି ପାଣି ପିଅନ୍ତୁ। ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
ଅନେକ ଔଷଧ ଗୁଣରେ ଭରପୁର ଧନିଆ ଓଜନ ହ୍ରାସ ପାଇଁ ବେଶ ଉପକାରୀ। ତେଣୁ ଓଜନ ହ୍ରାସ ପାଇଁ ଧନିଆ ପାଣିର ସେବନ କରନ୍ତୁ। ରାତିରେ ଏକ ଗ୍ଲାସ ପାଣିରେ ଧନିଆ ବତୁରାଇ ଦିଅନ୍ତୁ। ସକାଳେ ଉଠି ଖାଲି ପେଟରେ ଏହାକୁ ପିଅନ୍ତୁ। ଏକ ସପ୍ତାହ ମଧ୍ୟରେ ଧିରେ ଧିରେ ଓଜନ ହ୍ରାସ ହୋଇଥାଏ।
ଓଜନ ହ୍ରାସ ପାଇଁ ଘିକୁଆରୀ ଓ ଅଁଳା ଜୁସ ଖୁବ ଉପକାରୀ। ସକାଳେ ଖାଲିପେଟରେ ଏକ ଗ୍ଲାସ ପାଣିରେ ଏକ ଚାମଚ ଘିକୁଆରୀ ଓ ଏକ ଚାମଚ ଅଁଳା ଜୁସ ମିଶାଇ ପିଅନ୍ତୁ। ଏହା ବେଶ ଲାଭଦାୟକ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories