ସାପ୍ତାହିକ ରାଶିଫଳ (ମାର୍ଚ୍ଚ ୨୪ – ୩୦)

ମେଷ: ରବିବାର ଓ ସୋମବାର ଆର୍ଥିକ ଉନ୍ନତି ହେବ। ମଙ୍ଗଳବାର ଓ ବୁଧବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପାରିବାରିକ ଅଶାନ୍ତି ଦେଖାଦେବ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ପଦୋନ୍ନତି ପାଇପାରନ୍ତି। ଶନିବାର ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଏକଦନ୍ତାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହୀ ତନ୍ନୋଦନ୍ତି ପ୍ରତୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ବୃଷ: ରବିବାର ଓ ସୋମବାର କର୍ମ ପ୍ରବଣ ହେବେ। ମଙ୍ଗଳବାର ଓ ବୁଧବାର ଅଟକିଥିବା କାର୍ଯ୍ୟକୁ ସାରିବା ପାଇଁ ପ୍ରୟାସ କରିବେ। ଗୁରୁବାର ଓ ଶୁକ୍ରବାର ଜଗିରଖି ଚଳିବେ। ଆର୍ଥିକ ଅନଟନ ଦେଖାଦେବ। ଶନିବାର ଉପରିସ୍ଥ କର୍ମଚାରୀଙ୍କ ଦ୍ବାରା ପ୍ରଶଂସିତ ହେବେ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ଓ ଜଳାଧିବାସ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେବେ। ମଙ୍ଗଳବାର ଓ ବୁଧବାର ସମୟ ଅନୁକୂଳ ରହିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଗୁରୁବାର ଓ ଶୁକ୍ରବାର ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ଶନିବାର ସାବଧାନତା ଲୋଡ଼ା। ଯାନବାହନ ଜନିତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ରନାମ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର କର୍ମବନ୍ଧନ ଯୋଗ ସୃଷ୍ଟି ହେବ। ଶୁତ୍ର ଦ୍ବାରା ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ଗୌରବର ଅଧିକାରୀ ହେବେ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ପାରିବାରିକ ଶାନ୍ତି ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ଭୁବନେଶ୍ବରୀଙ୍କ ମନ୍ତ୍ର ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ପ୍ରେମରେ ସଫଳତା ପାଇବେ। ଅବିବାହିତ ପୁରୁଷ କିମ୍ବା କନ୍ୟାଙ୍କ ବିବାହ ପ୍ରସ୍ତାବ ଆସିପାରେ। ମଙ୍ଗଳବାର ଓ ବୁଧବାର ବାକ୍‌ସଂଯମୀ ହେବା ଆବଶ୍ୟକ। ବିବାଦରେ ପଡ଼ିପାରନ୍ତି। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ପରମ୍ପରାବାଦୀ ହେବେ। ପ୍ରାଚୀନ ପରମ୍ପରା ପ୍ରତି ରୁଚି ରଖିବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଶ୍ରୀ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ଶତ୍ରୁ ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର ସୁସମ୍ବାଦ ପ୍ରାପ୍ତି ହେବ। କାର୍ଯ୍ୟରେ ସଫଳତା ପାଇବେ। ଗୁରୁବାର ଓ ଶୁକ୍ରବାର ଜଗି ରଖି ଚଳନ୍ତୁ, ନଚେତ୍‌ ଅପମାନିତ ହେବେ। ପଡ଼ୋଶୀଙ୍କ ସହ କଳହ ଲାଗିପାରେ। ଶନିବାର ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବଙ୍କ ସ୍ତୋତ୍ର ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ପିଲାମାନଙ୍କୁ ନେଇ ଚିନ୍ତାରେ ପଡ଼ିବେ। ଅସୁସ୍ଥତା ଦେଖାଦେବ। ମଙ୍ଗଳବାର ଓ ବୁଧବାର ନୂତନ ଜମି କ୍ରୟ କରିପାରନ୍ତି। ବନ୍ଧୁଙ୍କ ସହଯୋଗ ପ୍ରାପ୍ତିହେବ। ଗୁରୁବାର ଓ ଶୁକ୍ରବାର ଦୂର ଦେଶକୁ ଯାତ୍ରା କରିପାରନ୍ତି। ସୁସମ୍ବାଦ ମିଳିବ। ଶନିବାର ଜଗିରଖି ଚଳନ୍ତୁ। ଠକାମିର ଶିକାର ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ବିଛା: ରବିବାର ଓ ସେମାବାର ରାଜଦଣ୍ଡର ସମ୍ମୁଖୀନ ହେବେ। ମଙ୍ଗଳବାର ଓ ବୁଧବାର ଆୟ ଓ ବ୍ୟୟ ମଧ୍ୟମ ରହିବ। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ଆନନ୍ଦଚିତ୍ତ ରହିବେ। ନୂତନ ଦ୍ରବ୍ୟ କ୍ରୟ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ବଗଳାମୁଖୀଙ୍କ ମନ୍ତ୍ର ଜପ କରନ୍ତୁ ଓ ଗରିବ ଲୋକଙ୍କୁ ଅନ୍ନଦାନ କରନ୍ତୁ।
ଧନୁ: ରବିବାର ଓ ସୋମବାର ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ଆୟ ବୃଦ୍ଧି ହେବ। ମଙ୍ଗଳବାର ଓ ବୁଧବାର କର୍ମ ପ୍ରବଣତା ପ୍ରକାଶ ପାଇବ। ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ନୂତନ ଦ୍ରବ୍ୟ କ୍ରୟ କରିବେ। ମହିଳା ଓ ବିଦ୍ୟାର୍ଥୀ କାର୍ଯ୍ୟକ୍ଷେତ୍ରରେ ଲାଭବାନ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗାଷ୍ଟକ ପାଠ କରନ୍ତୁ।
ମକର: ରବିବାର ଓ ସେମବାର ମାନସିକ ଅବସାଦ ଦେଖାଦେବ। ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳ ଦେଖାଦେବ। ମଙ୍ଗଳବାର ଓ ବୁଧବାର କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ନୂତନ କାର୍ଯ୍ୟରେ ଯୋଗଦେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଜଗିରିଖି ଚଳିବେ। ମାନହାନି ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବଙ୍କ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ଅଟକିଥିବା କାର୍ଯ୍ୟ ସମାପନ ହେବ। ମଙ୍ଗଳବାର ଓ ବୁଧବାର ଅପବାଦର ସମ୍ମୁଖୀନ ହେବେ। ଗୁରୁବାର ଓ ଶୁକ୍ରବାର ଉଦ୍ୟମେ କାର୍ଯ୍ୟ ସିଦ୍ଧି ହେବ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧିହେବ। ଶନିବାର କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଭାଗ୍ୟବାଦୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
ମୀନ: ରବିବାର ଓ ସୋମବାର ଭାବିଚିନ୍ତି କାର୍ଯ୍ୟ କରିବେ। ମଙ୍ଗଳବାର ଓ ବୁଧବାର ଧନ ଲାଭ ହେବ। ଗୁରୁବାର ଓ ଶୁକ୍ରବାର ଆର୍ଥିକ ଅନଟନ ଦେଖାଦେବ। ଶନିବାର କାର୍ଯ୍ୟରେ ସଫଳତା ପାଇବେ। ଯଶବାନ ହେବେ। ଯାନବାହନର ସୌଖୀ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ହ୍ରୀଂ ଦୁଂ ଦୁର୍ଗାୟୌ ନମଃ ମନ୍ତ୍ର ଜପ କରନ୍ତୁ।

Comments are closed.