ଭାରତ-ଜାପାନ ସଂସ୍କୃତି ସମ୍ପର୍କିତ ଦୁଇଟି ପୁସ୍ତକ ଉନ୍ମୋଚିତ
ଡେସ୍କ: ଭାରତ ଓ ଜାପାନ ମଧ୍ୟରେ ଗଭୀର ସାଂସ୍କୃତିକ ସମ୍ପର୍କ ଉପରେ ଦୁଇଟି ପୁସ୍ତକ, ସିଦ୍ଧମ କ୍ୟାଲିଗ୍ରାଫି ଅଫ ସଂସ୍କୃତ ହେରୋନିମସ ଏବଂ ସଂସ୍କୃତ ମାନୁସ୍କ୍ରିପଟସ ଫ୍ରମ ଜାପାନର ଆଜି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଦି ଆର୍ଟସରେ ଉନ୍ମୋଚିତ ହୋଇଛି। ଅନୁଷ୍ଠାନର ସଦସ୍ୟ ସଚିବ ସଚ୍ଚିଦାନନ୍ଦ ଯୋଶୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜାପାନ ପରାମର୍ଶଦାତା ଅଶୋକ ଚାୱଲା ଏବଂ ଜାପାନ ଦୂତାବାସର ପ୍ରଥମ ସଚିବ ତାକାଶୀ କୋୟାବାସି ମିଳିତ ଭାବେ ଏହି ପୁସ୍ତକଗୁଡ଼ିକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଶ୍ରୀ ସଚ୍ଚିଦାନନ୍ଦ ଯୋଶୀ କହିଥିଲେ ଯେ ଭାରତ ଓ ଜାପାନ ମଧ୍ୟରେ ଗଭୀର ସାଂସ୍କୃତିକ ସମ୍ପର୍କ ବିଷୟରେ ଜାଣିବାର ଏହି ଦୁଇଟି ସାହିତ୍ୟକୃତି ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିବ। ବୌଦ୍ଧ ଧର୍ମ ମାଧ୍ୟମରେ ଦୁଇ ଦେଶର ପରସ୍ପର ମଧ୍ୟରେ ସମ୍ପର୍କ ଥିବାରୁ ଏହି ପୁସ୍ତକ ଗୁଡ଼ିକ ସେମାନଙ୍କ ସମ୍ପର୍କକୁ ପୁନଃସଂକଳ୍ପିତ କରିବ ବୋଲି ଶ୍ରୀ କୋବାୟାସି କହିଥିଲେ।
Comments are closed.