www.samajalive.in
Monday, December 15, 2025
16.1 C
Bhubaneswar

ସାପ୍ତାହିକ ରାଶିଫଳ ୨୬ ମାର୍ଚ୍ଚ – ୦୧ ଏପ୍ରିଲ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଅସୁବିଧାରେ ପଡ଼ିପାରନ୍ତି। ପଡ଼ୋଶୀଙ୍କ ସହ ମନାନ୍ତର ହେବ। ବୁଧବାର ଓ ଗୁରୁବାର ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଭାଗ୍ୟବାଦୀ ହେବେ। ଶୁକ୍ରବାର ଓ ଶନିବାର ସମସ୍ୟା ସମାଧାନରେ ବ୍ରତୀ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମଧ୍ୟମଫଳ ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବୁଧବାର ଓ ଗୁରୁବାର ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ। ଶୁକ୍ରବାର ଓ ଶନିବାର ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପରମ୍ପରାବାଦୀ ହେବେ। ସୁସମ୍ବାଦ ପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ। ପାରିବାରିକ କଳହ ଦେଖାଦେବ। ଶୁକ୍ରବାର ଓ ଶନିବାର ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ମହିଳା ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତ୍ରିପୁରା ସୁନ୍ଦରୀଙ୍କ କବଚ ପାଠ କରନ୍ତୁ।
କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ। ବୁଧବାର ଓ ଗୁରୁବାର ପ୍ରେମରେ ସଫଳତା ପାଇବେ। ବିବାହ ପ୍ରସ୍ତାବ ଆସିପାରେ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ବିବାଦରେ ପଡ଼ିପାରନ୍ତି। ଆଶା ନରାଶାରେ ପରିବର୍ତ୍ତନ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମାଶ୍ରୟୀ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପରିଶ୍ରମ ଅନୁସାରେ ଫଳପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର ବୁଦ୍ଧି ଓ ବିବେକ ବଳରେ ଶତ୍ରୁକୁ ପରାସ୍ତ କରିବେ। ଶୁକ୍ରବାର ଓ ଶନିବାର ନୂତନ ବ୍ୟବସାୟ ଆରମ୍ଭ କରିବେ। ମହିଳା ଓ ବିଦ୍ୟାର୍ଥୀ ଆତ୍ମସନ୍ତୋଷ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ଓ ଅର୍ଘ୍ୟଦାନ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଶୁଭଫଳ ପ୍ରଦାନ କରିବ ନାହିଁ। ବୁଧବାର ଓ ଗୁରୁବାର ବ୍ୟବସାୟରେ ସଫଳତା ପ୍ରାପ୍ତିହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ଶତ୍ରୁ ଉପରେ ବିଜୟ ଲାଭ କରିବେ। କର୍ମ ପ୍ରବଣତା ଆପଣଙ୍କ ଭୂଷଣ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀନାରାୟଣ କବଚ ପାଠ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଧୁ ସହଯୋଗ ଲାଭ କରିବେ। ବୁଝି ବିଚାରି କାର୍ଯ୍ୟ କଲେ ବିପଦକୁ ଏଡାଇଯିବେ। ବୁଧବାର ଓ ଗୁରୁବାର କାର୍ଯ୍ୟରେ ବିଘ୍ନ ସୃଷ୍ଟି ହେବ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ଶୁକ୍ରବାର ଓ ଶନିବାର ସନ୍ତାନର କୃତିତ୍ବରେ ଆନନ୍ଦିତ ହେବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କୁ ଆରାଧନା କରନ୍ତୁ।
ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମବନ୍ଧନ ଯୋଗ ସୃଷ୍ଟି ହେବ। ଅଯଥା ବିବାଦରେ ପଡ଼ିବେ। ବୁଧବାର ଓ ଗୁରୁବାର ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ। ଶୁକ୍ରବାର ଓ ଶନିବାର ଋଣଗ୍ରସ୍ତ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ ଉନ୍ନତି ପରିଲକ୍ଷିତ ହବ। ବୁଧବାର ଓ ଗୁରୁବାର ସମ୍ବେଦନଶୀଳ ହେବେ। ଶୁକ୍ରବାର ଓ ଶନିବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ପାଇବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ଅସହଯୋଗର ସାମନା କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ନାରାୟଣାୟ ମନ୍ତ୍ର ଜପ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ନୂତନ ଜମି କ୍ରୟ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ବୁଧବାର ଓ ଗୁରୁବାର ଜଗିରଖି ଚଳିବେ। ଦ୍ରବ୍ୟ ଚୋରି ହୋଇପାରେ। ଶୁକ୍ରବାର ଓ ଶନିବାର ଶ୍ରୀଯୁକ୍ତ ହେବେ। ଯାନବାହନର ସୌଖ୍ୟ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କ ମନ୍ତ୍ର ପାଠ କରନ୍ତୁ।
ମୀନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟର ସଦୁପଯୋଗ କରି କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ବୁଧବାର ଓ ଗୁରୁବାର ବାଙ୍‌ମୟ ପ୍ରତିଭାର ବିକାଶ ଘଟିବ। ଶୁକ୍ରବାର ଓ ଶନିବାର ଅଯଥା ଖର୍ଚ୍ଚାନ୍ତର ଶିକାର ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ରାଂ ସୀତାରାମାୟ ନମଃ ମନ୍ତ୍ର ଜପ କରନ୍ତୁ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories