
କେମିତି କଟିବ ଏହି ସପ୍ତାହ : ସାପ୍ତାହିକ ରାଶିଫଳ

ମେଷ: ରବିବାର ଓ ସୋମବାର କର୍ମ ଅନୁରୂପ ଫଳ ପ୍ରାପ୍ତି ହେବ। ଆୟ ମଧ୍ୟମ ରହିବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସମୟ ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ। ସମ୍ମାନିତ ହେବେ। କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳନ୍ତୁ। ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଚିନ୍ତାଶୀଳ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ବୁଧବାର ଓ ଗୁରୁବାର ସାବଧାନତା ଲୋଡ଼ା। ବାକ୍ ସଂଯମତା ଲୋଡ଼ା ନଚେତ୍ ଅସୁବିଧାରେ ପଡ଼ିପାରନ୍ତି। ଶୁକ୍ରବାର ଓ ଶନିବାର ଆନନ୍ଦ ପ୍ରାପ୍ତ ହେବ। ସୁଖାଦ୍ୟ ପ୍ରାପ୍ତ ହେବ। କାର୍ଯ୍ୟରେ ସଫଳତା ପାଇବେ। ମହିଳା ଓ ବିଦ୍ୟାର୍ଥୀ କର୍ମପ୍ରିୟ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମାଶ୍ରୟୀ ହେବେ। ନୂତନ କାର୍ଯ୍ୟ ପାଇଁ ପ୍ରୟାସ କରିବେ। ବୁଧବାର ଓ ଗୁରୁବାର ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି ହେବ। ପ୍ରାଚୀନ ବିଦ୍ୟା ପ୍ରତି ରୁଚି ରଖିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଶୁକ୍ରବାର ଓ ଶନିବାର ଦୂରଯାତ୍ରା କରିବା ଉଚିତ୍ ନୁହେଁ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କୁ ଆରାଧନା କରନ୍ତୁ।
କର୍କଟ: ରବିବାର ଓ ସୋମବାର ଯଶ, ମାନ, ଗୌରବର ଅଧିକାରୀ ହେବେ। ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ। ଶତ୍ରୁଠାରୁ ଦୂରେଇ ରହିବା ଭଲ। ମାନସିକ ଅବସାଦ ଦେଖାଦେବ। ଶୁକ୍ରବାର ଓ ଶନିବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ପ୍ରାଚୀନ ବିଦ୍ୟାପ୍ରତି ରୁଚି ରଖିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠିତ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କୁ ପୂଜା କରନ୍ତୁ।
ସିଂହ: ରବିବାର ଓ ସୋମବାର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ଦ୍ରବ୍ୟ ଚୋରି ହୋଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ନୂତନ ଜମିବାଡ଼ି କିଣାକିଣି କରିବା ପାଇଁ ଚେଷ୍ଟା କରିବେ। ପାରିବାରିକ ଆନନ୍ଦ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମାତଙ୍ଗୀଙ୍କ କବଚ ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର କର୍ମ ତତ୍ପର ହେବେ। ନୂତନ ବନ୍ଧୁ ଲାଭ ହେବ। ପ୍ରୀତି ଲାଭ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯାନବାହନ ଜନିତ ସମସ୍ୟା ଦେଖାଦେବ। ଶତ୍ରୁ ଦ୍ବାରା ପ୍ରଭାବିତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ଆନନ୍ଦଚିତ୍ତ ହେବେ। ନୂତନ ବନ୍ଧୁ ଲାଭ ହେବ। ସନ୍ତାନମାନଙ୍କୁ ନେଇ ଗର୍ବ ଅନୁଭବ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ମାଲିମକଦ୍ଦମାରେ ବିଜୟୀ ହେବେ। ଶୁକ୍ରବାର ଓ ଶନିବାର ବୈବାହିକ ସମସ୍ୟା ଦୂର ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ କନକଧାରା ସ୍ତୋତ୍ର ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର ମାଆଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ଶାରୀରିକ ସମସ୍ୟା ଦେଖାଦେଇପାରେ। ମଙ୍ଗଳବାର ଓ ବୁଧବାର ସୌଖୀନ ଦ୍ରବ୍ୟ କିଣାକିଣି କରିପାରନ୍ତି। ପଡ଼ୋଶୀଙ୍କ ସହ ମତଭେଦ ଦୂର ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ପରିସୀମା ବୃଦ୍ଧି ହେବ। ସ୍ତ୍ରୀ ହେତୁକ ଧନଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ନୃସିଂହ କବଚ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ଭାଇଙ୍କ ସହଯୋଗ ଲାଭ ହେବ। ଋଣମୁକ୍ତି ପାଇଁ ଚେଷ୍ଟା କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସାବଧାନତା ଲୋଡ଼ା। ଯାତ୍ରା ସ୍ଥଗିତ ରଖିବା ଭଲ। ମାନସିକ ଅବସାଦ ଦେଖାଦେବ। ଶୁକ୍ରବାର ଓ ଶନିବାର ମଧ୍ୟମ ଫଳ ଲାଭ ହେବ। ଆୟ ଓ ବ୍ୟୟ ସମାନ ରହିବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ତାରା କବଚ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ଅଧିକ ଖର୍ଚ୍ଚାନ୍ତରେ ପଡ଼ିବେ। ମାନହାନି ହୋଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମସ୍ୟା ସମାଧାନରେ ବ୍ରତୀ ହେବେ। ପାରିବାରିକ ସହଯୋଗ ଲାଭ ହେବ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେବ। ବନ୍ଧୁ ବିଦ୍ବେଷୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଦକ୍ଷିଣ କାଳୀଙ୍କ କବଚ ପାଠ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ ହେବ। ବ୍ୟବସାୟରେ ଲାଭବାନ୍ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଅସୁବିଧାରେ ପଡ଼ିପାରନ୍ତି। ଶାରୀରିକ ସମସ୍ୟା ଦେଖାଦେଇପାରେ। ପିଲାମାନଙ୍କୁ ନେଇ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ। ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ ଓ ଜଳ ଅର୍ପଣ କରନ୍ତୁ।
ମୀନ: ରବିବାର ଓ ସୋମବାର ମାନ୍ଦାବସ୍ଥା ଲାଗି ରହିବ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେଇପାରେ। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଧୈର୍ଯ୍ୟର ସହ ସମସ୍ୟା ସମାଧାନ କରିବେ। ଦୂରଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ। ଶତ୍ରୁ ବୃଦ୍ଧି ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସପ୍ତଶତୀ ପାଠ କରନ୍ତୁ।
Comments are closed.