www.samajalive.in
Monday, December 15, 2025
26.1 C
Bhubaneswar

ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ଜାଣିହେବ ଟିକଟର ସ୍ଥିତି

ନୂଆଦିଲ୍ଲୀ : ଭାରତୀୟ ରେଳ ବିଭାଗର ଅପେକ୍ଷା ତାଲିକାଭୁକ୍ତ (ୱେଟିଂ ଲିଷ୍ଟ) ଯାତ୍ରୀ ଖୁବ୍ ଶୀଘ୍ର ସେମାନଙ୍କ ଟ୍ରେନ୍ ଟିକଟର ଚୂଡ଼ାନ୍ତ ସ୍ଥିତି ଯାତ୍ରାର ବହୁ ପୂର୍ବରୁ ଜାଣିପାରିବେ। ପରୀକ୍ଷାମୂଳକ ଭାବରେ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ଟିକଟର ଚୂଡ଼ାନ୍ତ ସ୍ଥିତି ଜାଣିହେବ। ବର୍ତ୍ତମାନ ଭାରତୀୟ ରେଳ ବିଭାଗ ନିର୍ଦ୍ଧାରିତ ପ୍ରସ୍ଥାନର ଚାରି ଘଣ୍ଟା ପୂର୍ବରୁ ଚୂଡ଼ାନ୍ତ ଯାତ୍ରୀ ତାଲିକା ପ୍ରକାଶ କରୁଛି। ଫଳରେ ଟିକଟ କରି ୱେଟିଂ ଲିଷ୍ଟରେ ଥିବା ଯାତ୍ରୀ ଯାତ୍ରା କରିପାରିବେ କି ନାହିଁ ସେନେଇ ଆଶଙ୍କାରେ ଥାନ୍ତି। ନୂତନ ବ୍ୟବସ୍ଥା ଲାଗୁ ହେଲେ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀ ଉପକୃତ ହେବେ।
ଭାରତୀୟ ରେଳ ବିଭାଗ ଏକ ନୂତନ ପରୀକ୍ଷାମୂଳକ ପଦକ୍ଷେପ ଆରମ୍ଭ କରିଛି। ଯେଉଁଠାରେ ଅପେକ୍ଷା ତାଲିକାରେ ଥିବା ଯାତ୍ରୀ ଟ୍ରେନ୍ ପ୍ରସ୍ଥାନର ୨୪ ଘଣ୍ଟା ପୂର୍ବରୁ ସେମାନଙ୍କ ଟିକଟର ଚୂଡ଼ାନ୍ତ ସ୍ଥିତି ଜାଣିପାରିବେ। ବର୍ତ୍ତମାନ ମାତ୍ର ୪ ଘଣ୍ଟା ପୂର୍ବରୁ ଚୂଡ଼ାନ୍ତ ସ୍ଥିତି ଜାଣିହେଉଥିବାବେଳେ ଏହା ୨୪ ଘଣ୍ଟାକୁ ବଢ଼ିଲେ ବହୁ ଯାତ୍ରୀ ଉପକୃତ ହେବେ। ରେଳ ବିଭାଗ ବୋର୍ଡର ସୂଚନା ଏବଂ ପ୍ରଚାର କାର୍ଯ୍ୟନିର୍ବାହୀ ନିର୍ଦେଶକ ଦିଲୀପ କୁମାର କହିଛନ୍ତି ‘ଆମେ ବିକାନେର ଡିଭିଜନରେ ଏହି ପରୀକ୍ଷାମୂଳକ ପଦକ୍ଷେପ ଆରମ୍ଭ କରିଛୁ, ଯେଉଁଠାରେ ଟ୍ରେନ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ଚାର୍ଟ ପ୍ରସ୍ତୁତ କରାଯାଉଛି।’ ସେ ଜୋର ଦେଇ କହିଛନ୍ତି ଯେ ଯେଉଁ ଯାତ୍ରୀଙ୍କ ନାମ ଅପେକ୍ଷା ତାଲିକାରେ ଥାଏ ସେମାନେ ଯାତ୍ରା କରିପାରିବେ କି ନାହିଁ ସେନେଇ ଅନିଶ୍ଚିତତାରେ ଥା’ନ୍ତି, ଏହି ପରୀକ୍ଷଣ ସେହି ଯାତ୍ରୀଙ୍କ ଚିନ୍ତାକୁ ଦୂର କରିଛି। ‘ଏବେ, ଯଦି ସେମାନେ ୨୪ ଘଣ୍ଟା ପୂର୍ବରୁ ଜାଣନ୍ତି ଯେ ସେମାନଙ୍କର ଟିକଟ ନିଶ୍ଚିତ ହୋଇଛି, ତେବେ ସେମାନେ ସେମାନଙ୍କର ଯାତ୍ରାକୁ ଭଲ ଭାବରେ ଯୋଜନା କରିପାରିବେ।’ ଭାରତୀୟ ଟ୍ରେନ୍‌ର ସଂରକ୍ଷଣ ଚାର୍ଟ ଦୁଇଟି ପର୍ଯ୍ୟାୟରେ ପ୍ରସ୍ତୁତ କରାଯାଏ। ପ୍ରଥମ ଚାର୍ଟ ଟ୍ରେନର ନିର୍ଦ୍ଧାରିତ ପ୍ରସ୍ଥାନର ଚାରି ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯାଏ ଓ ଚୂଡ଼ାନ୍ତ ଚାର୍ଟ ପ୍ରସ୍ଥାନର ପ୍ରାୟ ୩୦ ମିନିଟ୍ ପୂର୍ବରୁ ସମାପ୍ତ ହୋଇଥାଏ। ରେଳ ବିଭାଗ ଅଧିକାରୀ କହିଛନ୍ତି ଯେ ଏହି ପାଇଲଟ୍ ଯୋଜନାକୁ ଯାତ୍ରୀଙ୍କଠାରୁ ଅନୁକୂଳ ମତାମତ ପାଇବା ପରେ ହିଁ ସରକାରୀ ନୀତିରେ ଅନ୍ତର୍ଭୁକ୍ତ କରାଯିବ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories