ବୁଧବାର ରାଶିଫଳ

0

ମେଷ: ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଶ୍ରୀଚନ୍ଦ୍ର ସହିତ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଭଲ ମନ୍ଦ ମିଶ୍ରିତ ଫଳ ମିଳିବ। ଚତୁର ହେବେ। ସାମାନ୍ୟ ଅସୁସ୍ଥତା ଭୋଗିପାରନ୍ତି। ବିଦ୍ୟାର୍ଥୀ ଆଗକୁ ବଢ଼ିବେ।
ବୃଷ: ଖର୍ଚ୍ଚାନ୍ତ ହେବେ। କାର୍ଯ୍ୟ ବିଳମ୍ବିତ ହେବ। ଶୁଣା କଥାକୁ ବିଶ୍ୱାସ ନ କରି ନିଜ ବୁଦ୍ଧିରେ ଚାଲିବାକୁ ପଡ଼ିବ। ଆଳସ୍ୟ ପରାୟଣ ହେବେ। ବିନୀତ ସ୍ୱଭାବର ହେବେ। କଥାରେ ଅନ୍ୟକୁ ବଶ କରିପାରନ୍ତି। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ମିଥୁନ: ଚଞ୍ଚଳ ଚେଷ୍ଟିତ ହେବେ। ପରୋପକାରୀ ହୋଇପାରନ୍ତି। ଗୁରୁ ଗୁରୁଜନଙ୍କ କୃପାର ପାତ୍ର ହେବେ। ସରକାରୀ ଅର୍ଥ ମିଳିପାରେ। ଉଚ୍ଚକୃର୍ତ୍ତୃପକ୍ଷଙ୍କ ସହାୟତା ମିଳିବ। ଲୋକ ପ୍ରିୟ ହେବେ। ବିଦ୍ୟାର୍ଥୀ ଶୁଭଫଳ ପାଇବେ।
କର୍କଟ: ଉପୁଜି ଥିବା ବିବାଦର ସମାଧାନ ହେବ। କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି। ଆର୍ଥିକ ଅଭିବୃଦ୍ଧି ଘଟିବ। କର୍ମ ତତ୍ପରତା ପ୍ରକାଶ ପାଇବ। କୀର୍ତ୍ତିମାନ ହେବେ। ପାରିବାରିକ ସୁଖ ମିଳିବ। ବିଦ୍ୟାର୍ଥୀ ଖୁସି ହେବେ।
ସିଂହ: ପ୍ରବଳ ଉତ୍ସାହ ଉଦ୍ଦିପନା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଦିଅଁ ଦର୍ଶନ କରିପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବିଦ୍ୟାର୍ଥୀଙ୍କର ଶୁଭଫଳ।
କନ୍ୟା: ଶତ୍ରୁମାନଙ୍କ କାର୍ଯ୍ୟ କଳାପରୁ ଲାଭ ଉଠାଇ ପାରନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଖାଦ୍ୟ ପେୟରେ ସଂଯମ ନ ହେଲେ ଉଦର ପୀଡ଼ା ଭୋଗିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। ବିଦ୍ୟାର୍ଥୀ କଷ୍ଟ କରି ଇଷ୍ଟ ପାଇବେ।
ତୁଳା: ମନ ପ୍ରସନ୍ନ ରହିବ। ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ। ବ୍ୟବସାୟ ଲାଭଜନକ ହେବ। ନୂତନ କାର୍ଯ୍ୟ ହାତକୁ ନେଇ ପାରନ୍ତି। ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେବେ। ପାରିବାରିକ ଓ ବନ୍ଧୁ ସୁଖ ମିଳି ପାରେ। ବିଦ୍ୟାର୍ଥୀ ଶୁଭଫଳ ପାଇବେ।
ବିଛା: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ସଦ୍‌ବ୍ୟୟ କରି ଆତ୍ମ ସନ୍ତୋଷ ଲାଭ କରିବେ। ସୁମିଷ୍ଟ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ପରୋପକାରୀ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। କାର୍ଯ୍ୟ ସହଜ ହେବ। ବିଦ୍ୟାର୍ଥୀଙ୍କ ଶୁଭଫଳ।
ଧନୁ: କଷ୍ଟସାଧ୍ୟ କାର୍ଯ୍ୟକୁ ସହଜରେ ସମ୍ପାଦନ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରି ସମସ୍ତଙ୍କ ପ୍ରିୟ ଭାଜନ ହେବେ। ସୁସମ୍ବାଦ ମିଳିବ। ସଙ୍କଟ ଦୂର ହେବ। ଗୃହରେ ଶାନ୍ତି ପ୍ରତିଷ୍ଠା ହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।
ମକର: ଗୃହରେ ଅଶାନ୍ତି ଉପୁଜି ପାରେ। କାର୍ଯ୍ୟ ସମସ୍ୟା ବହୁଳ ହୋଇପାରେ। ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ। କୃଷି କ୍ଷେତ୍ରରୁ ଲାଭ ମିଳିବ। ଯାନ ବାହନ ଜନିତ ସୁଖ ପାଇବେ। ସମ୍ମାନିତ ହେବେ। ବିଦ୍ୟାର୍ଥୀ ଖୁସି ରହିବେ।
କୁମ୍ଭ: ଉଚ୍ଚ ଆଶା ଫଳବତୀ ହେବ। ଧନ ବୃଦ୍ଧିର ସୂଚନା ମିଳୁଛି। ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ ହେବେ। ସମର୍ଥକମାନଙ୍କୁ ଘଣ୍ଟ ଘୋଡାଇବାର ଉପାୟ ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ବିଦ୍ୟାର୍ଥୀ ସଫଳ ହେବେ।
ମୀନ: ବିଭିନ୍ନ ଦିଗରୁ ସ୍ୱଳ୍ପ ଧନ ମିଳି ପାରେ। ଭାଗ୍ୟଶାଳୀ ହୋଇପାରନ୍ତି। ବନ୍ଧୁ ଦର୍ଶନ ପାଇ ଖୁସି ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତ୍ୟାଗ ମନୋବୃତ୍ତି ରହିବ। ନୀତିଜ୍ଞ ହେବେ। ବିଦ୍ୟାର୍ଥୀଙ୍କୁ ସହଜରେ ସଫଳତା ମିଳିବ।

 

Leave A Reply