www.samajalive.in
Saturday, December 6, 2025
15.1 C
Bhubaneswar

ବୁଧବାର ରାଶିଫଳ: ଭାଗ୍ୟଶାଳୀ ହୋଇପାରନ୍ତି ଏହି ଦୁଇ ରାଶି

ମେଷ: ସ୍ବାଭିମାନୀ ହୋଇପାରନ୍ତି। ଗ୍ରହଚକ୍ରରେ ଉପୁଜିବାକୁ ଥିବା ଆକସ୍ମିକ ବିପଦକୁ ମୁକାବିଲା କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।

ବୃଷ: ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧି କରିପାରନ୍ତି। ସେବା ପରାୟଣ ହେବେ। ପତ୍ନୀଙ୍କ ଉପଦେଶ ଉପାଦେୟ ହେବ। ଧର୍ମଜ୍ଞ ଓ ନୀତିନି​‌ଷ୍ଠ ହେବେ।

- Advertisement -

ମିଥୁନ: ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି ଜୀବନରେ ସେବାକୁ ଗୁରୁତ୍ବ ଦେବେ।

କର୍କଟ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।

ସିଂହ: ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମ ପାଇଁ ଲୋକଙ୍କୁ ଉତ୍ସାହିତ କରିପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ ହେବେ। ଯାନବାହନ ସୁଖ ମିଳିବ।

କନ୍ୟା: ଆଧ୍ୟାତ୍ମବାଦୀ ହୋଇପାରନ୍ତି। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଭକ୍ତିଯୁକ୍ତ ଆଦର ସମ୍ମାନ ମିଳିବ। ଧାର୍ମିକ ହେବେ। ସର୍ବତ୍ର ବିଜୟୀ ହେବେ।

ତୁଳା: ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ମକ୍ଷେତ୍ରରୁ ଧନାଗମ ହେବ।

ବିଛା: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସଂଗ୍ରାମୀ ମନୋବୃତ୍ତିର ହେବେ। ମାଲିମୋକଦ୍ଦମାରେ ବିଜୟ ହାସଲ କରିବେ। ଧନଲାଭ ହେବ। ଭୋଜନ ତୃପ୍ତିଦାୟକ ହେବ। ଲୋକପ୍ରିୟ ହେବେ। କର୍ମଠ ହେବେ।

ଧୁନ: କର୍ମଚଞ୍ଚଳ ରହିବେ। ସାମାନ୍ୟ ଥଣ୍ଡା କଫଜନିତ କ୍ଲେଶ ଅନୁଭବ କରିପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। ମଧୁରଭାଷୀ ହେବେ। ଆଖିରେ ସାମାନ୍ୟ ପୀଡ଼ା ଉପୁଜିପାରେ। ସାହସୀ ଓ ଜ୍ଞାନୀ ହେବେ।

ମକର: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ରାଜଦ୍ବାରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀ ସୁଶୀଳା, ଗୃହକାର୍ଯ୍ୟ ନିପୁଣା ହେବେ।

କୁମ୍ଭ: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। କର୍ମକ୍ଷେତ୍ରରେ ସମର୍ପଣ ମନୋଭାବ ରହିବ। ଦୟାଳୁ ସ୍ବଭାବର ହୋଇପାରନ୍ତି। ଯଶସ୍ବୀ ହେବେ। ପାରିବାରିକ ସୁଖ ମିଳିବ।

ମୀନ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ସୁଖ- ସମୃଦ୍ଧିପୂର୍ଣ୍ଣ ଜୀବନଯାପନ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ପ୍ରବଳ ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories