www.samajalive.in
Saturday, December 6, 2025
14.1 C
Bhubaneswar

ବିଚିତ୍ର ବ୍ୟବସ୍ଥା: ବିଜୁଳି ନାହିଁ, ୧୧୬ ଅଙ୍ଗନବାଡ଼ି କେନ୍ଦ୍ରକୁ ଏଲଇଡି ଟିଭି

ଭୋପାଳ: ମଧ୍ୟପ୍ରଦେଶ ସରକାର ରାଜ୍ୟର ଶତାଧିକ ଅଙ୍ଗନବାଡିର ଆଧୁନିକୀକରଣ ପାଇଁ ‘ସକ୍ଷମ ଅଙ୍ଗନବାଡି’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଥିପାଇଁ ଉମାରିଆ ଜିଲାରେ ଥିବା ୧୧୬ ଅଙ୍ଗନବାଡି କେନ୍ଦ୍ରକୁ ଏଲଇଡି ଟିଭି ଓ ୱାଟର ଫିଲଟର ଯୋଗାଇ ଦିଆଯାଇଛି। ତେବେ ସବୁଠାରୁ ଅାଶ୍ଚର୍ଯ୍ୟଜନକ ଘଟଣା ହେଉଛି ଏଥିମଧ୍ୟରୁ ଗୋଟିଏ ହେଲେ ଅଙ୍ଗନବାଡି କେନ୍ଦ୍ରରେ ବିଜୁଳି କିମ୍ବା ଜଳ ଯୋଗାଣ ବ୍ୟବସ୍ଥା ନଥିବା ଜଣାପଡିଛି। ଉମାରିଆ ଜିଲାରେ ମୋଟ ୭୮୬ଟି ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ଏଥିମଧ୍ୟରୁ ୩୨୨ କେନ୍ଦ୍ରରେ ବିଦ୍ୟୁତ୍‌ ସଂଯୋଗ ନାହିଁ।

ଏହି ପରିପ୍ରେକ୍ଷୀରେ ଉପରୋକ୍ତ ୧୧୬ଟି କେନ୍ଦ୍ରକୁ କିଭଳି ଯୋଗ୍ୟ ବିବେଚନା କରାଗଲା, ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ଟିଭି ଓ ୱାଟର ଫିଲଟରଗୁଡିକୁ ଯତ୍ନ ସହକାରେ ସାଇତି ରଖାଯାଇଛି। ବିଦ୍ୟୁତ୍‌ ସଂଯୋଗ ହେବାପରେ ଏଗୁଡିକୁ ବ୍ୟବହାର କରାଯିବ ବୋଲି ସିଡିପିଓ କହିଛନ୍ତି। ଏହି କେନ୍ଦ୍ରଗୁଡିକୁ ତୁରନ୍ତ ବିଦ୍ୟୁତ୍‌ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ସହ ଯୋଗାଯୋଗ କରାଯାଉଥିବା ସିଡିପିଓ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories