ଭୋପାଳ: କୋଲ୍ଡରିଫ୍ ପରେ ମଧ୍ୟପ୍ରଦେଶ ସରକାର ରାଜ୍ୟରେ ଆଉ ଦୁଇଟି କଫ୍ ସିରପ୍ ବିକ୍ରିକୁ ନିଷିଦ୍ଧ କରିଛନ୍ତି। ଏଗୁଡିକ ହେଲା ‘ରିଲିଫ୍’ ଓ ‘ରେସ୍ପିଫ୍ରେସ ଟିଆର’। ମଙ୍ଗଳବାର ଜଣେ ଦୁଇ ବର୍ଷର ଝିଅ ପ୍ରାଣ ହରାଇବାପରେ କଫ୍ ସିରପ ଜନିତ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ରିଲିଫ୍ ଓ ରେସ୍ପିଫ୍ରେସ ଟିଆର କଫ୍ ସିରପରେ ଆଶ୍ୟକତାଠାରୁ ଡାଇଥାଇଲିନ୍ ଗ୍ଲାଇକୋଲ୍ ରାସାୟନିକ ମାତ୍ରା ଅଧିକ ଥିବା ପରୀକ୍ଷାରୁ ଜଣାପଡିଛି। ଗୁଜରାଟର ଏକ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଏହି ସିରପ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏ ସମ୍ପର୍କରେ ତଦନ୍ତ କରିବାକୁ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଗୁଜରାଟ ସରକାରଙ୍କୁ ଅନୁରୋଧ କରାଯାଇଛି। ଅପରପକ୍ଷରେ ପଞ୍ଜାବ ସରକାର ମଙ୍ଗଳବାର ରାଜ୍ୟରେ କୋଲଡରିଫ୍ କଫ୍ ସିରପ ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି। ମଧ୍ୟପ୍ରଦେଶ ଓ ପଞ୍ଜାବ ବ୍ୟତୀତ ତାମିଲନାଡୁ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ ତେଲଙ୍ଗାନାରେ କୋଲଡ୍ରିଫ୍ ସିରପ୍କୁ ନିଷିଦ୍ଧ କରାଯାଇଛି।
Popular Categories



