www.samajalive.in
Sunday, December 7, 2025
23.1 C
Bhubaneswar

ଆସିଲା କାଟ୍ରିନା-ଭିକିଙ୍କ ବିବାହ ଫଟୋ; ଶୁଭେଚ୍ଛା ଜଣାଇଲେ କରିନା, ହ୍ରିତିକ, ଆଲିଆ, ପ୍ରିୟଙ୍କାଙ୍କ ସମେତ ବଲିଉଡର ବହୁ କଳାକାର

ସୱାଇ ମାଧୋପୁର (ରାଜସ୍ଥାନ): ବଲିଉଡ ଅଭିନେତା କାଟ୍ରିନା କୈଫ ଏବଂ ଭିକି କୌଶଲ ଏବେ ନବ ବିବାହିତ ଦମ୍ପତି । ସେମାନଙ୍କର ବିବାହ ସମୟର ଫଟୋ ସଂପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି । ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାର କେଇ ଘଣ୍ଟା ପରେ ଶୁଭ ମୁହୂର୍ତ୍ତର ଫଟୋ ଛାଡିଥିଲେ । ଏହା ଦେଖିବାପରେ ସେମାନଙ୍କର ଶୁଭେଚ୍ଛୁ ଏବଂ ପ୍ରଶଂସକମାନେ ନବ ଦମ୍ପତିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ସୱାଇ ମାଧୋପୁରର ଫୋର୍ଟ ବାରବରା ହୋଟେଲରେ ସେମାନଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କାଟ୍ରିନା ଏକ ଲାଲ ଏବଂ ସୁନେଲି ଜରିକାମ ହୋଇଥିବା ଲେହେଙ୍ଗା ପରିଧାନ କରିଥିବାବେଳେ ଭିକିଙ୍କୁ ଏକ ଶେରୱାନି ପିନ୍ଧିଥିବା ଦେଖିବାକୁ ମିଳିଛି । ଦୁହେଁ ଫଟୋ ଛାଡିବା ସହିତ ସମସ୍ତଙ୍କର ଆଶୀର୍ବାଦ କାମନା କରିଛନ୍ତି । ଏହି ନବ ଦମ୍ପତିଙ୍କୁ ଆଲିଆ ଭଟ୍ଟ, କରିନା କପୁର ଖାଁ, ପ୍ରିୟଙ୍କା ଚୋପ୍ରା, ହ୍ରିତିକ ରୋଶନ, ଟାଇଗର ଶ୍ରଫ ଏବଂ ଅନ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି । ଆଲିଆ କହିଛନ୍ତି, ନବ ଦମ୍ପତି ଅତି ସୁନ୍ଦର ଦେଖାଯାଉଛନ୍ତି । ପ୍ରିୟଙ୍କା ଲେଖିଛନ୍ତି, ଉଭୟଙ୍କୁ ଅଭିନନ୍ଦନ, ସେମାନେ ଦୁଇଜଣ ଦୁଇଜଣଙ୍କ ପାଇଁ ପରଫେକ୍ଟ । କରିନା ଲେଖିଛନ୍ତି, ସେମାନେ ଏବେ ବିବାହିତ, ଉଭୟଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ । ହ୍ରିତିକ ନିଜ ଲେଖାରେ ଉଭୟଙ୍କ ପାଇଁ ଅନେକ ଅନେକ ଭଲପାଇବା ଦେଇଛନ୍ତି । ଦୀପିକା ପାଦୁକୋନେ ସେମାନଙ୍କୁ ସାରାଜୀବନ ଭଲପାଇବା, ପରସ୍ପର ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ, ଆନୁଗତ୍ୟ ପ୍ରଦର୍ଶନ ସହିତ ହସଖୁସିରେ ଜୀବନ ଅତିବାହିତ କରିବାର ଶୁଭେଚ୍ଛା ଜଣାଇଛନ୍ତି । ପରିଣିତି ଚୋପ୍ରା, ସୋନମ କପୁର, ଟ୍ୱିଙ୍କଲ ଖାନ୍ନା, ନୀନା ଗୁପ୍ତା, ନିକି ଜୋନାସ, ସିଦ୍ଧାନ୍ତ ଚତୁର୍ବେଦୀ, ଅନୁଷ୍କା ଶର୍ମା ମଧ୍ୟ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିବାହ ଉତ୍ସବରେ ଚଳଚ୍ଚିତ୍ର ନିର୍ମାତା କବିର ଖାଁ, ତାଙ୍କ ପତ୍ନୀ ମିନି ମାଥୁର, ଅଭିନେତା ଅନଙ୍ଗ ବେଦୀ, ପତ୍ନୀ ନେହା ଧୁପିଆ, ଧୁମ୍‍ ୩ର ନିର୍ଦ୍ଦେଶକ ବିଜୟ କ୍ରିଷ୍ଣ ଆଚାରା ଏବଂ ଅଳ୍ପ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତି ଯୋଗଦେଇଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories